ଡକାୟତି ଯୋଜନା ବେଳେ ୨ ଗିରଫ: ମାରଣାସ୍ତ୍ର, ବାଇକ୍, ମୋବାଇଲ ଫୋନ୍ ଜବତ

ଭୁବନେଶ୍ବର: ଡକାୟତି ଯୋଜନା କରୁଥିବା ବେଳେ ଗତକାଲି ରାତିରେ ଖାରବେଳନଗର ଥାନା ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମାଳିସାହି ମସଜିଦ୍ କଲୋନିରେ ରହୁଥିବା ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଅଞ୍ଚଳର ଶେଖ୍ ଆଲିଆଜାମ୍ ଓ ଲକ୍ଷ୍ମୀସାଗର ପ୍ରଧାନ ବସ୍ତିରେ ରହୁଥିବା ବ୍ରହ୍ମପୁରର ସୀମାଞ୍ଚଳ ପାଢ଼ୀ ଓରଫ୍ ଗୁଡୁ। ସେମାନଙ୍କ ନିକଟରୁ କଟୁରି, ଛୁରି, ବାଇକ୍, ୪ ମୋବାଇଲ ଫୋନ୍ ଜବତ କରିଛି ପୁଲିସ।

ଡକାୟତି ଯୋଜନାରେ ସାମିଲ ଥିବା ଆଉ ୩ ଜଣ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ପୁଲିସ ସୂଚନା ଅନୁସାରେ, ଗିରଫ ଦୁଇ ଅଭିଯୁକ୍ତ ସେମାନଙ୍କର ୩ ସହଯୋଗୀଙ୍କ ସହ ମିଶି ଗତକାଲି ରାତି ପ୍ରାୟ ୧୧ଟାରେ ୟୁନିଟ୍ ୩ ରିକ୍ସା କଲୋନିରେ ଥିବା ଓମଫେଡ୍ ପାର୍ଲର ପଛ ପଟେ ଏକାଠି ବସି ଡକାୟତି ଯୋଜନା କରୁଥିଲେ। ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ଦୁଇଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଫେରାର୍‌ ସହଯୋଗୀଙ୍କୁ ପୁଲିସ ଖୋଜୁଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରି ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର