ଏସିରୁ କପର୍ ଚୋରି କରି ୨ ଗିରଫ

ଭୁବନେଶ୍ବର: ଏସିରୁ କପର୍ ଓ ପାଇପ୍‌ ଚୋରି କରିବା ଅଭିଯୋଗରେ ନୂଆପଲ୍ଲୀ ପୁଲିସ ଆଜି ସାଲିଆସାହିରୁ ଦୁଇଜଣ ଚୋରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ସାଲିଆସାହି ତାରିଣୀନଗର ବସ୍ତିର ଜିତୁ ଦତ୍ତ(୩୦) ଓ ହାତିଆଶୁଣୀ ବସ୍ତିର ନୋଟିନ୍ ଘଡ଼େଇ(୫୫)। ନୋଟିନ୍‌ର ମୂଳ ଘର ପଶ୍ଚିମବଙ୍ଗର ପୂର୍ବମେଦିନୀପୁରରେ। ସେ ଦୀର୍ଘ ବର୍ଷ ହେବ ସାଲିଆସାହିରେ ରହି ଆସୁଥିଲା। ତେବେ ଗତ ୨୮ ଏପ୍ରିଲ୍‌ରେ ଏନ୍‌-୩ର ହରିହର ଭଟ୍ଟ ତାଙ୍କ ଏସିରୁ କପର୍‌ ଓ ପାଇପ୍ ଚୋରି ହୋଇଥିବା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ କରିଥିଲା। ପ୍ରଥମେ ଜିତୁକୁ ଧରିଥିଲା ଓ ପରେ ତା’ ସହଯୋଗୀ ନୋଟିନ୍‌କୁ ଗିରଫ କରିଥିଲା। ଉଭୟଙ୍କ ନିକଟରୁ ପୁଲିସ୍ ପ୍ରାୟ ୧୧କେଜି କପର୍ ପାଇପ୍ ଓ ଏସି ଯନ୍ତ୍ରାଂଶ ଜବତ କରିଥିଲା। ତେବେ ଲକ୍‌ଡାଉନ୍ ଯୋଗୁଁ ଏଗୁଡ଼ିକ ବିକ୍ରି କରିପାରିନଥିବା ଅଭିଯୁକ୍ତ ପୁଲିସକୁ କହିଛନ୍ତି।

ସମ୍ବନ୍ଧିତ ଖବର