ଭୁବନେଶ୍ବର: ଜଣେ ଯୁବକଙ୍କୁ ଆକ୍ରମଣ କରି ଲାପଟପ୍, ମୋବାଇଲ୍‌ ଓ ଟଙ୍କା ଲୁଟି ନେବା ଅଭିଯୋଗରେ ଭରତପୁର ଥାନା ପୁଲିସ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ବିଜୁ ପଟ୍ଟନାୟକ ମୋଚିସାହିର ଡି କ୍ରିଷ୍ଣା ଓ ଫ୍ରିଡମ୍ କ୍ଲବ୍ ବସ୍ତିର ମଙ୍ଗୁ ଦାସ। ପୁଲିସ ସେମାନଙ୍କଠାରୁ ଚୋରି ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଓ ଲୁଟ୍‌ରେ ବ୍ୟବହାର ହୋଇଥିବା ବାଇକ୍‌ ଜବତ କରିଛି।

Advertisment

ସୂଚନା ମୁତାବକ ଗତ ବୁଧବାର ଦିନ ଚିନ୍ମୟ ମହାପାତ୍ର ରାୟଗଡ଼ା ଯିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଅପେକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତଦ୍ବୟ ବାଇକ୍‌ରେ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରି ଲାପଟପ୍ ବ୍ୟାଗ୍, ମୋବାଇଲ୍ ଓ ୫ହଜାର ଟଙ୍କା ଛଡ଼ାଇ ନେଇଥିଲେ।