ଭୁବନେଶ୍ୱର: ଶେଷରେ ବହୁ ପ୍ରତୀକ୍ଷିତ ସତ୍ସଙ୍ଗବିହାର ଓ ନୂଆପଲ୍ଲୀ ଫୁଟ୍ଓଭର ବ୍ରିଜ୍ର ଶିଳାନ୍ୟାସ ହୋଇଯାଇଛି। ଏନ୍ଏଚ୍ଏଆଇର ଅଧିକାରୀମାନଙ୍କ ଉପସ୍ଥିତିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଶିଳାନ୍ୟାସ କରିଛନ୍ତି। ଏହି ବ୍ରିଜ୍ର ନିର୍ମାଣ ପାଇଁ ସାଢ଼େ ୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସୂଚନାଯୋଗ୍ୟ ସତ୍ସଂଗବିହାର ଓ ନୂଆପଲ୍ଲୀରେ ଫୁଟ୍ଓଭର ବ୍ରିଜ୍ ନିର୍ମାଣ ନେଇ ବହୁ ଦିନ ଧରି ସ୍ଥାନୀୟ ବାସିନ୍ଦାମାନେ ଦାବି କରିଆସୁଥିଲେ। ଏଠାରେ ପ୍ରାୟ ସମୟରେ ସଡ଼କ ଦୁର୍ଘଟଣାରେ ବହୁ ପ୍ରାଣହାନୀ ଘଟୁଥିଲା। ଏହି ଓଭର ବ୍ରିଜ୍ ହେବା ପରେ ଦୁର୍ଘଟଣା କମିବା ସହ ସ୍ଥାନୀୟବାସିନ୍ଦାମାନେ ସୁରୁଖୁରୁରେ ରାସ୍ତା ପାର୍ କରିପାରିବେ।
୨ ଫୁଟ୍ଓଭର ବ୍ରିଜ୍ର ଶିଳାନ୍ୟାସ
/sambad/media/post_attachments/wp-content/uploads/2023/01/654d654da65gdgdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)