ଭୁବନେଶ୍ବର ଚିନ୍ତାମଣିଶ୍ବର ଏବଂ ବଡ଼ଗଡ଼ ଅଞ୍ଚଳରେ ଏକ ମାରଣା ଷଣ୍ଢର ଉତ୍ପାତରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଛାତ୍ର, ଜଣେ ମହିଳା ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଚିନ୍ତାମଣିଶ୍ବର କେନାଲ ରୋଡ୍ ଅଞ୍ଚଳରେ ଦୀପୁ ସାହୁ ନାମକ ଜଣେ ପିଲାକୁ ଷଣ୍ଢ ଟେକିକି କଚି ଦେବା ସହ ଶିଙ୍ଗରେ ଜଙ୍ଘକୁ ଭୁଷି ଦେଇଥିବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ବରଗଡ଼ରେ ଦୀପା ବେହେରା ନାମକ ଜଣେ ମହିଳାଙ୍କୁ ଏହି ଷଣ୍ଢ ଟେକିକି କଚାଡ଼ି ଦେବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ପରିବାର ଲୋକ ଏମ୍ସରେ ଭର୍ତ୍ତି କରିଛନ୍ତି। ହେଲେ ଷଣ୍ଢକୁ କାବୁ କରାଯାଇ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କର ବାତାବରଣ ଖେଳିଯାଇଛି।
ବଡ଼ଗଡ଼ ଅଞ୍ଚଳରେ ମାରଣା ଷଣ୍ଢ ଆକ୍ରମଣରେ ୨ ଆହତ
/sambad/media/post_attachments/wp-content/uploads/2019/10/sdg5sd4g89sdf7g8s9df7g48sf4g156sdf4g98sdf7g98sdf74gsdfgsdfgsdgsdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)