ଭୁବନେଶ୍ବର: ବାତ୍ୟା ‘ଫନି’ ମାଡ଼ରେ ଖୋର୍ଧା ଜିଲ୍ଲାରେ ୨ଲକ୍ଷରୁ ଅଧିକ ବ୍ରଏଲର କୁକୁଡ଼ା ମରିଛନ୍ତି। ବିଶେଷକରି ବାଲିଅନ୍ତା, ବାଲିପାଟଣା ଓ ଜଟଣୀ ବ୍ଲକ୍ରେ ଥିବା କୁକୁଡ଼ା ଫାର୍ମ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ତେବେ ମୃତ କୁକୁଡ଼ା ଓ ଅନ୍ୟ ଜୀବଜନ୍ତୁଙ୍କୁ ସଙ୍ଗେ ସଙ୍ଗେ ନଷ୍ଟ କରି ଦିଆଯାଇଥିବା ପ୍ରାଣୀସଂପଦ ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ସୁଦ୍ଧା ଖୋର୍ଧା ଜିଲ୍ଲାରେ ୨ଲକ୍ଷ ୧୫ହଜାର ୯୪୧ ବ୍ରଏଲର ଓ ଲେୟର କୁକୁଡ଼ା ବାତ୍ୟା ମାଡ଼ରେ ମରିଛନ୍ତି। ଏହାସହ ୧୯୦ରୁ ଅଧିକ ଗୋରୁ ଓ ୨୩୦ରୁ ଅଧିକ ଛୋଟ ଜୀବଜନ୍ତୁ ମଧ୍ୟ ବାତ୍ୟାର ଶିକାର ହୋଇଛନ୍ତି। ତେବେ ଆଗକୁ ଜୀବଜନ୍ତୁଙ୍କୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ମୃତ ଜୀବଜନ୍ତୁଙ୍କୁ ସଙ୍ଗେ ସଙ୍ଗେ ପୋତି ଦିଆଯାଉଥିବା କିମ୍ବା ଜାଳି ଦିଆଯାଉଥିବା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଖୋର୍ଧାରେ ମରିଛନ୍ତି ୨ଲକ୍ଷରୁ ଅଧିକ କୁକୁଡ଼ା
/sambad/media/post_attachments/wp-content/uploads/2019/05/images-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)