ଭୁବନେଶ୍ୱର : ଅଚସାସିଆ କାର୍ଡିଆ ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ୨ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି ସମ୍ ହସ୍ପିଟାଲର ଡାକ୍ତର ମନୋଜ କୁମାର ସାହୁ ଓ ତାଙ୍କ ୮ଜଣିଆ ଟିମ୍। ଏହି ରୋଗ ହେଲେ, ପେଟକୁ ଖାଦ୍ୟ ଯିବ ନାହିଁ। ରୋଗୀ କୌଣସି ଖାଦ୍ୟ ଓ ପାନୀୟ ଗ୍ରହଣ କରିପାରିବ ନାହିଁ। ଫଳରେ ଧୀରେ ଧୀରେ ଦୁର୍ବଳ ହୋଇ ମୃତ୍ୟୁମୁଖରେ ପଡ଼ିବ। ଏପରି ଅବସ୍ଥାରେ ହସ୍ପିଟାଲକୁ ଆସିଥିବା ଜଣେ ବୟସ୍କ ମହିଳା ଓ ବୟସ୍କ ପୁରୁଷଙ୍କୁ ‘ଥାର୍ଡ ସ୍ପେସ୍ ଏଣ୍ଡୋସ୍କୋପି’ ଜରିଆରେ ଡା. ସାହୁ ଓ ତାଙ୍କ ଟିମ୍ ଅସ୍ତ୍ରୋପଚାର କରିଛନ୍ତି। ବର୍ତ୍ତମାନ ରୋଗୀଦ୍ବୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଡାକ୍ତର ସାହୁ କହିଛନ୍ତି, ଏହି ଅସ୍ତ୍ରୋପଚାର ପରେ ରୋଗୀ ଡାକ୍ତରଖାନାରୁ ମାତ୍ର ୨ରୁ ୩ଦିନ ମଧ୍ୟରେ ଡିସଚାର୍ଜ ହୋଇଥାନ୍ତି। ମାତ୍ର ୫ଦିନ ମଧ୍ୟରେ ସେମାନେ ସ୍ୱାଭାବିକ ଜୀବନ ଜିଇଁ ପାରିବେ।
ନୂଆ ଜୀବନ ପାଇଲେ ଅଚସାସିଆ କାର୍ଡିଆରେ ପୀଡ଼ିତ ୨ ରୋଗୀ
/sambad/media/post_attachments/wp-content/uploads/2021/05/manoj-sahu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)