ଭୁବନେଶ୍ବର: ବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି। ତେବେ ଭୁବନେଶ୍ବରର ବିଭିନ୍ନ କଲେଜରେ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅନେକ ଛାତ୍ରଛାତ୍ରୀଙ୍କ ମୁହଁର କଥାକୁ ନେଇ ଆମର ଉପସ୍ଥାପନା।

ପ୍ରଶାସନିକ ସେବାରେ ଯୋଗଦେବାକୁ ଲକ୍ଷ୍ୟ

Advertisment

publive-image

ପରୀକ୍ଷା ପାଇଁ ୪ରୁ ୫ ଘଣ୍ଟା ପାଠ ପଢ଼ୁଥିଲି। କଲେଜରେ ଶିକ୍ଷକଙ୍କ ଦ୍ବାରା ଦିଆଯାଉଥିବା ସମ୍ଭାବ୍ୟ ପ୍ରଶ୍ନପତ୍ରକୁ ବାରମ୍ବାର ଅଭ୍ୟାସ କରୁଥିଲି। ଯେଉଁଥିପାଇଁ ୫୧୬ ନମ୍ବର ରଖିପାରିଛି। ଭବିଷ୍ୟତରେ ପ୍ରଶାସନିକ ସେବାରେ ଯୋଗଦେବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି।
-ସାଇଦତ୍ତ ପଣ୍ଡା (ବାଣିଜ୍ୟ), ରାଜଧାନୀ କଲେଜ

ମାର୍କ କମିଗଲା

publive-image

ପରୀକ୍ଷା ଭଲ ହୋଇଥିଲା। ୯୦%ରୁ ଅଧିକ ମାର୍କ ରହିବ ବୋଲି ମୋର ଆଶା ଥିଲା। ମାତ୍ର ୮୬% ମାର୍କ ରହିଛି। ଏହି ସଫଳତାର ଶ୍ରେୟ ବାପା, ମା’ଙ୍କୁ ଦେବାକୁ ଚାହୁଛି। ସେମାନଙ୍କ ପ୍ରେରଣା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦିଗଦର୍ଶନ ପାଇଁ ଏଠାରେ ପହଞ୍ଚିପାରିଛି।
- ସରସୀତା ରାଉତ(ବିଜ୍ଞାନ), ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୀଳାଦ୍ରିବିହାର

ଡାକ୍ତର ହେବାକୁ ଇଚ୍ଛା

publive-image

ପରୀକ୍ଷା ପାଇଁ କଲେଜ ଓ ଟ୍ୟୁସନ୍‌ ପରେ ମଧ୍ୟ ୫ରୁ ୬ଘଣ୍ଟା ପଢ଼ୁଥିଲି। ତେବେ ପୂର୍ବବର୍ଷର ସମ୍ଭାବ୍ୟ ପ୍ରଶ୍ନପତ୍ରର ଅଭ୍ୟାସ ଯୋଗୁଁ ପରୀକ୍ଷାରେ ଉତ୍ତର ଲେଖିବା ସହଜ ହୋଇଯାଇଥିଲା। ୫୩୫ ନମ୍ବର ରଖିପାରିଛି। ଡାକ୍ତର ହେବାକୁ ଚାହୁଛି। ସେଥିପାଇଁ ଏବେଠାରୁ ପ୍ରସ୍ତୁତି ଚଳାଇଛି।
-ଆର୍‌ୟନ୍‌ ପଟ୍ଟନାୟକ(ବିଜ୍ଞାନ), ରାଜଧାନୀ କଲେଜ

ଅଧିକ ରହିବ ବୋଲି ଆଶା ଥିଲା

publive-image

୬୦୦ରୁ ୫୦୭ ନମ୍ୱର ରହିଛି। ଯଦିଓ ମୁଁ ଖୁସି ଅଛି, କିନ୍ତୁ ଆଉ ଟିକେ ଅଧିକ ନମ୍ବର ରହିବ ଆଶା ଥିଲା। ପରୀକ୍ଷା ପାଇଁ ୫ରୁ ୬ ଘଣ୍ଟା ପରିଶ୍ରମ କରୁଥିଲି। ଆଗକୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି ଏବଂ ପ୍ରସ୍ତୁତ କରୁଛି। ଏହି ସଫଳତାର ଶ୍ରେୟ ପିତାମାତାଙ୍କୁ ଦେବି।
-ସତ୍ୟଶ୍ରୀ କରଣ, ବିଜ୍ଞାନ, ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଫଟୋ- ସତ୍ୟଶ୍ରୀ କରଣ)

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଇଚ୍ଛା

publive-image

କଲେଜ ଓ କୋଚିଂ ବ୍ୟତୀତ ଦିନକୁ ୮ ଘଣ୍ଟା ପରିଶ୍ରମ କରୁଥିଲି। ୬୦୦ରୁ ୫୩୮ ନମ୍ୱର ରଖିଛି। ଆଗକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ହେବାକୁ ଲକ୍ଷ୍ୟ ରଖି ପାଠପଢ଼ା ଉପରେ ଗୁରୁତ୍ବ ଦେଉଛି। ଏହି ସଫଳତାର ଶ୍ରେୟ ପିତାମାତା, କୋଚିଂ ଶିକ୍ଷକ ଶିକ୍ଷୟତ୍ରୀଙ୍କର।
-ଲକ୍ଷ୍ମୀପ୍ରିୟା ଦାସ, ବାଣିଜ୍ୟ, ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଫଟୋ-ଲକ୍ଷ୍ମୀପ୍ରିୟା ଦାସ)