ଭୁବନେଶ୍ବରରେ ଯୁକ୍ତ ୨ ଫଳ: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ମାହୋଲ

ଶୁଭସ୍ମିତା ରମାଦେବୀରେ ବିଜ୍ଞାନ ଟପର୍‌
ବିଜ୍ଞାନରେ ପରୀକ୍ଷା ଦେଇଥିବା ୩୮୬ଜଣଙ୍କ ମଧ୍ୟରୁ ୨୫୬ ଜଣ ପ୍ରଥମ, ୧୦୦ଜଣ ଦ୍ବିତୀୟ ଓ ୧୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶୁଭସ୍ମିତା ମଲ୍ଲିକ ୫୫୨ ମାର୍କ ରଖି ଟପର୍‌ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ୨୪୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମରେ ୧୭୨, ଦ୍ବିତୀୟରେ ୪୩, ୨୨ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଶିବାନୀ ପାତ୍ର ୫୬୭ନମ୍ବର ରଖି ବାଣିଜ୍ୟ ବିଭାଗ ଟପର୍‌ ହୋଇଥିବା କଲେଜ ଅଧ୍ୟକ୍ଷା ମମତା ପତ୍ରୀ କହିଛନ୍ତି।

ମହର୍ଷି ମହାବିଦ୍ୟାଳୟ
ବିଜ୍ଞାନରେ ୨୯୧ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୨୫ଜଣ ପ୍ରଥମ, ୧୦୮ଜଣ ଦ୍ବିତୀୟ ଓ ୩୨ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ୧୨୦ଜଣ ପରୀକ୍ଷା ଦେଇଥିବା ବେଳେ ୮୧ଜଣ ପ୍ରଥମ, ୧୮ଜଣ ଦ୍ବିତୀୟ ଓ ୧୩ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। କୃତୀ ଛାତ୍ରଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷା ନ​​ଳିନୀପ୍ରଭା ମହାପାତ୍ର ଶୁଭେଚ୍ଛା ଜଣାଇଛନ୍ତି।

ବେସିକ୍ ସାଇନ୍ସ କଲେଜରେ ପ୍ରୟାସ ଟପର୍
ବେସିକ୍ ସାଇନ୍ସ କଲେଜରେ ପରୀକ୍ଷା ଦେଇଥିବା ୩୭୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୭୧ ଜଣ ପାସ୍ କରିଛନ୍ତି। ଛାତ୍ର ପ୍ରୟାସ କୁମାର ରାଉଳ ୯୨.୩୩% ନମ୍ବର ରଖି କଲେଜ ଟପର୍‌ ହୋଇଛନ୍ତି। ୯୨.୧୬% ନମ୍ବର ରଖି ଦ୍ବିତୀୟ ସ୍ଥାନରେ ଲୋନୀ ପାଣ୍ଡବ ରହିଛନ୍ତି। ପ୍ରଥମ ଶ୍ରେଣୀରେ ୩୧୪ଜଣ ଉତ୍ତୀର୍ଣ୍ଣ ହୋଇଥିବା ନିର୍ଦେଶକ ସିଏସ୍‌କେ ମିଶ୍ର କହିଛନ୍ତି।

ଦେବରାୟ କଲେଜ
ବିଜ୍ଞାନରେ ପରୀକ୍ଷା ଦେଇଥିବା ୩୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ୧୨ଜଣ ଦ୍ବିତୀୟ ଓ ୧୫ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ୪୪୧ ନମ୍ବର ରଖି ଆଶିଷ କୁମାର ଦାସ ବିଜ୍ଞାନ ବିଭାଗରେ କଲେଜ ଟପର୍‌ ହୋଇଛନ୍ତି। ବାଣିଜ୍ୟରେ ୬୬ଜଣ ପରୀକ୍ଷା ଦେଇଥିବା ବେଳେ ୧୧ଜଣ ପ୍ରଥମ, ୨୪ଜଣ ଦ୍ବିତୀୟ, ୨୫ ଜଣ ୩ୟ ଶ୍ରେଣୀରେ ପାସ୍ କରିଥିବା କଲେଜ ଅଧ୍ୟକ୍ଷା ରୀନା ଘଡ଼େଇ କହିଛନ୍ତି।

ରାଜଧାନୀ କଲେଜ
ବିଜ୍ଞାନରେ ୩୪୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୫୬ଜଣ ପ୍ରଥମ, ୧୧୬ଜଣ ଦ୍ବିତୀୟ, ୩୮ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ବାଣିଜ୍ୟରେ ୧୨୨ଜଣ ପରୀକ୍ଷା ଦେଇଥିବାବେଳେ ପ୍ରଥମ ଶ୍ରେଣୀରେ ୮୪, ଦ୍ବିତୀୟ ଶ୍ରେଣୀରେ ୧୮ ଓ ତୃତୀୟ ଶ୍ରେଣୀରେ ୮ଜଣ ପାସ୍ କରିଛନ୍ତି। ୫୨୭ ମାର୍କ ରଖି ରାଜୀବ ପ୍ରଧାନ ବିଜ୍ଞାନ ଓ ୫୨୮ ମାର୍କ ରଖି ପ୍ରୋଟିନ୍‌ ସେନାପତି ବାଣିଜ୍ୟରେ ଟପର୍‌ ହୋଇଛନ୍ତି।

ଜୟଦେବ କଲେଜ, ନହରକଣ୍ଟା
ବିଜ୍ଞାନରେ ୨୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୬ଜଣ ପାସ୍‌ କରିଛନ୍ତି। ୬ଜଣ ପ୍ରଥ‌ମ ଶ୍ରେଣୀ, ୧୫ଜଣ ଦ୍ବିତୀୟ ଓ ୫ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ୪୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୯ଜଣ ପାସ୍‌ କରିଛନ୍ତି। କଲେଜ ଅଧ୍ୟକ୍ଷ ପ୍ରଭୁ ଚରଣ ଗଚ୍ଛାୟତ ଛାତ୍ରଛାତ୍ରୀଙ୍କୁ ଶୁ‌ଭେଚ୍ଛା ଜଣାଇଛନ୍ତି।

କମଳା ନେହରୁ ମହିଳା କଲେଜ
ବିଜ୍ଞାନରେ ପରୀକ୍ଷା ଦେଇଥିବା ୫୬ଜଣ ଛାତ୍ରୀଙ୍କ ମଧ୍ୟରୁ ୨୩ଜଣ ପ୍ରଥମ, ୨୫ଜଣ ଦ୍ବିତୀୟ ଓ ୬ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ପରୀକ୍ଷାରେ ଦେଇଥିବା ୨୮ଜଣଙ୍କ ମଧ୍ୟରୁ ୧୪ଜଣ ପ୍ରଥମ, ୮ଜଣ ଦ୍ବିତୀୟ ଓ ୩ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି।

ବିଜୁ ପଟ୍ଟନାୟକ କଲେଜ

Prameyanews.com

ବିଜ୍ଞାନରେ ୧୦୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୬, ଦ୍ବିତୀୟ ଶ୍ରେଣୀରେ ୫୨ଜଣ ଓ ତୃତୀୟ ଶ୍ରେଣୀରେ ୧୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସଂଗ୍ରାମ ସାହୁ ୪୫୮ ମାର୍କ ରଖି କଲେଜ ଟପର୍‌ ହୋଇଛନ୍ତି। ବାଣିଜ୍ୟରେ ସମସ୍ତ ୮୪ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ଦେବାଶିଷ୍‌ ଦାସ ୫୦୩ ମାର୍କ ରଖିଛନ୍ତି।

ଆଚାର୍ଯ୍ୟ ହରିହର କଲେଜ
ବିଜ୍ଞାନରେ ପରୀକ୍ଷା ଦେଇଥିବା ସମସ୍ତ ୨୩ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୬ଜଣ ପ୍ରଥମ, ୧୧ଜଣ ଦ୍ବିତୀୟ ଓ ୬ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସ୍ବାଗତ ସୁରୂପ ଜେନା ୭୫.୬୬% ମାର୍କ ରଖି ଟପର୍‌ ହୋଇଛନ୍ତି। ବାଣିଜ୍ୟରେ ୪୦ ଜଣ ପରୀକ୍ଷାଙ୍କ ମଧ୍ୟରୁ ୯ଜଣ ପ୍ରଥମ, ୭ଜଣ ଦ୍ବିତୀୟ ଓ ୨୧ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବିମଳ କୁମାର ସ୍ବାଇଁ ୮୩.୮୩% ମାର୍କ ରଖିଛନ୍ତି।

ରାଜା ମଧୁସୂଦନ ଦେବ କଲେଜ
ବିଜ୍ଞାନରେ ୨୯ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୭ଜଣ ପ୍ରଥମ, ୧୩ଜଣ ଦ୍ବିତୀୟ ଓ ୬ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉତ୍କଳ କେଶରୀ ରାଉତ ୭୪.୩୩% ମାର୍କ ରଖିଛନ୍ତି। ବାଣିଜ୍ୟରେ ୪୫ଜଣ ପରୀକ୍ଷା ଦେଇଥିବା ବେଳେ ୪୨ଜଣ ପାସ୍‌ କରିଛନ୍ତି। ପୂଜାଲିନ୍‌ ବେହେରା ୮୬% ମାର୍କ ରଖିଛନ୍ତି।

କନ୍ଧମାଳର ଝିଅ ମୀନାକ୍ଷୀ କିସ୍ ଟପର୍‌
ବାଣିଜ୍ୟରେ ୬୦% ଓ ବିଜ୍ଞାନରେ ୫୫% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କନ୍ଧମାଳର ଝିଅ ମୀନାକ୍ଷୀ ମଲ୍ଲିକ ବିଜ୍ଞାନରେ ୮୮% ଓ ବାଣିଜ୍ୟରେ ପୀତବାସ ଟିଆକା ସର୍ବାଧିକ ୮୦% ନମ୍ବର ରଖିଛନ୍ତି। ଚଳିତବର୍ଷ ବିଜ୍ଞାନରେ ୩୧ ଓ ବାଣିଜ୍ୟରେ ୧୮ ଆଦିମ ଜନଜାତି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ବିଜ୍ଞାନରେ ୧୮ ଓ ବାଣିଜ୍ୟରେ ୧୧ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସତ୍ୟସାଇ ମହିଳା ମହାବିଦ୍ୟାଳୟ
ବିଜ୍ଞାନରେ ୧୯ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୮ଜଣ ପ୍ରଥମ, ୬ଜଣ ଦ୍ବିତୀୟ ଓ ୫ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଶ୍ବେତା ଦାଶ ୪୪୬ ନମ୍ବର ରଖି କଲେଜରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ଏକାମ୍ର ଜୁନିୟର କଲେଜ

Careers360

ବାଣିଜ୍ୟରେ ୯୨% ଓ ବିଜ୍ଞାନରେ ୮୯.୪% ରେଜଲ୍ଟ ହୋଇଛି। ଦିବ୍ୟ ରଞ୍ଜନ ନାୟକ ୪୯୯ ମାର୍କ ରଖି ବାଣିଜ୍ୟ ଓ ଆଦିତ୍ୟ ରଞ୍ଜନ ମହାନ୍ତି ୪୫୨ ନମ୍ବର ରଖି ପ୍ରଥମ ସ୍ଥାନରେ ଅଛନ୍ତି। ବାଣିଜ୍ୟ ବିଭାଗରେ ୩୬ଜଣ ପ୍ରଥମ, ୩୦ଜଣ ଦ୍ବିତୀୟ ଓ ୨୨ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବିଜ୍ଞାନରେ ପ୍ରଥମ ‌ଶ୍ରେଣୀରେ ୧୧ ଓ ଦ୍ବିତୀୟ ଶ୍ରେଣୀରେ ୧୩ ଜଣ ପାସ୍‌ କରିଛନ୍ତି।

ସରସ୍ବତୀ ଜ୍ଞାନ ମନ୍ଦିର, ମେଣ୍ଢାଶାଳ
୬୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଛାତ୍ରୀ ଶ୍ବେତାଲିନା ସାହୁ ୯୧.୫% ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ୫୩ଜଣ ପ୍ରଥମ, ୬ଜଣ ଦ୍ୱିତୀୟ ଓ ଜଣେ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୩ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଏଭଳି ସଫଳତା ନେଇ ଶିକ୍ଷାନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଛି।

ସମ୍ବନ୍ଧିତ ଖବର