ରାଜଧାନୀର ବିଭିନ୍ନ କଲେଜରେ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ବର: ରାଜ୍ୟରେ  ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଭିନ୍ନ କଲେଜ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଅନେକ ଛାତ୍ରଛାତ୍ରୀ ବି ଭଲ ମାର୍କ ରଖିପାସ କରିଥିବା ଦେଖାଯାଇଛି। ତେବେ କେତେଗୁଡିଏ କଲେଜର ପରୀକ୍ଷା ଫଳ ଓ ଛାତ୍ରଛାତ୍ରୀଙ୍କ ମନର କଥାକୁ ନେଇ ଏକ ଆଲେଖ୍ୟ।

ଓଜସ୍‌ ବିଜେବି କଲେଜ ଟପର୍‌

କଳା ବିଭାଗରେ ଏଠାରେ ପରୀକ୍ଷା ଦେଇଥିବା ୪୯୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୭୭ ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୭ଜଣ ୯୦% କିମ୍ବା ତଦୂର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୪୦୬, ଦ୍ବିତୀୟ ଶ୍ରେଣୀରେ ୪୪ ଓ ୨୭ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଛାତ୍ର ଓଜସ୍ ପଟ୍ଟନାୟକ ସର୍ବାଧିକ ୫୭୮ ମାର୍କ ରଖି କଲେଜସ୍ତରରେ ଶୀର୍ଷରେ ରହିଛନ୍ତି।

ମନୀଷା ରମାଦେବୀ ଟପର୍‌

Kalinga TV

ପରୀକ୍ଷା ଦେଇଥିବା ୪୯୯ଜଣଙ୍କ ମଧ୍ୟରୁ ୪୮୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୬୨ଜଣ ପ୍ରଥମ ଶ୍ରେଣୀ, ୯୦ଜଣ ଦ୍ବିତୀୟ ଓ ୩୫ଜଣ ତୃତୀୟ ଶ୍ରେଣୀରେ ରହିଛନ୍ତି। ଛାତ୍ରୀ ମନୀଷା ପ୍ରଧାନ ୫୫୪ ନମ୍ବର ରଖି ଟପର୍‌ ହୋଇଛନ୍ତି। ସ୍ମୃତିରେଖା ମହାନ୍ତି ୫୪୭ ନମ୍ବର ରଖି ଦ୍ବିତୀୟ ଓ ସୁବାସିନୀ ବେହେରା ୫୩୮ ନମ୍ବର ରଖି ତୃତୀୟ ହୋଇଛନ୍ତି। କଲେଜ ଅଧ୍ୟକ୍ଷା ମମତା ପତ୍ରୀ କୃତୀ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିଜୁ ପଟ୍ଟନାୟକ କଲେଜରେ ୨୦୮ ପାସ୍‌

ଏଠାରେ ପରୀକ୍ଷା ଦେଇଥିବା ୨୨୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୮ଜଣ ପାସ୍ କରିଛନ୍ତି। ୧୦୫ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୪୪ ଓ ତୃତୀୟ ଶ୍ରେଣୀରେ ୫୯ଜଣ ପାସ୍ କରିଛନ୍ତି। ଛାତ୍ରୀ ରୁବିରାଣୀ ସ୍ବାଇଁ ୫୧୯ ନମ୍ବର ରଖି କଲେଜ ଟପର୍‌ ହୋଇଛନ୍ତି।

ସୌମ୍ୟଶ୍ରୀ ପ୍ରସନ୍ନ ରାଜଧାନୀ କଲେଜ ଟପର୍‌

କଳା ବିଭାଗରେ ପରୀକ୍ଷା ଦେଇଥିବା‌ ୨୪୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୩ଜଣ ପ୍ରଥମ, ୫୦ଜଣ ଦ୍ବିତୀୟ ଓ ୩୯ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଛାତ୍ର ସୌମ୍ୟଶ୍ରୀ ପ୍ରସନ୍ନ ନାୟକ ୫୪୯ ନମ୍ବର ରଖି କଲେଜ ଟପର୍ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ନେଇ ମହାବିଦ୍ୟାଳର ଅଧ୍ୟକ୍ଷା ନିବେଦିତା ମହାନ୍ତି ଖୁସିବ୍ୟକ୍ତ କରିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଦେବରାୟ କଲେଜରେ ୨୨୨ ଉତ୍ତୀର୍ଣ୍ଣ

କଳା ବିଭାଗରେ ପରୀକ୍ଷା ଦେଇଥିବା ୨୪୬ଜଣଙ୍କ ମଧ୍ୟରୁ ୨୨୨ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ୮୫, ଦ୍ବିତୀୟ ଶ୍ରେଣୀରେ ୬୫ ଓ ତୃତୀୟ ଶ୍ରେଣୀରେ ୭୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। କୃତୀ ଛାତ୍ରଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷା ରୀନାଜୁ ଘଡ଼େଇ ଶୁଭେଚ୍ଛା ଜଣାଇଛନ୍ତି।

ଆଚାର୍ଯ୍ୟ ହରିହର କଲେଜ

ସମୁଦାୟ ୧୦୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ସ୍ଥାନରେ ୨୯, ଦ୍ଵିତୀୟ ଶ୍ରେଣୀରେ ୨୯ ଓ ତୃତୀୟ ସ୍ଥାନରେ ୪୬ ଜଣ ରହିଛନ୍ତି। ୮୪.୬୬% ମାର୍କ ରଖି କପିଳ ବେହେରା କଲେଜ ଟପ୍ପର ହୋଇଛନ୍ତି। ଦ୍ବିତୀୟ ସ୍ଥାନରେ ଶୁଭଶ୍ରୀ ସାସମଲ ଥିବା ବେଳେ ତୃତୀୟ ସ୍ଥାନରେ ଅର୍ପିତା ଶର୍ବାନୀ ନାୟକ ରହିଛନ୍ତି।

ରାଜା ମଧୁସୂଦନ ଦେବ କଲେଜ

ପଟିଆସ୍ଥିତ ରାଜା ମଧୁସୂଦନଦେବ କଲେଜରେ ୧୪୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୧୫ ଜଣ ପାସ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ୪୧, ଦ୍ବିତୀୟରେ ୨୯ ଓ ତୃତୀୟ ଶ୍ରେଣୀରେ ୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୋନାଲି ବେଜ୍‌ ୫୧୨ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶୁଭଲକ୍ଷ୍ମୀ ସେଠୀ ୪୯୩ ରଖି ଦ୍ବିତୀୟ ଓ ବଳରାମ ସାହୁ ୪୬୯ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଏକାମ୍ର ଜୁନିୟର କଲେଜ

ଏକାମ୍ର କଲେଜର ୨୪୨ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୪ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮୧ଜଣ ପ୍ରଥମ, ୫୮ଜଣ ଦ୍ବିତୀୟ ଓ ୭୫ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିସହ ୧୧ଜଣ ଏକ୍ସ-ରେଗୁଲାର ପିଲା ପରୀକ୍ଷା ଦେଇଥିବା ବେଳେ ୪ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। କଲେଜ ସ୍ତରରେ ମୋଟ ୫୦୮ ମାର୍କ ରଖି ରାଜଲକ୍ଷ୍ମୀ ପ୍ରଧାନ ଟପର୍ ହୋଇଛନ୍ତି।

ଜୟଦେବ କଲେଜ ଅଫ୍‌ ସାଇନ୍ସ ଆଣ୍ଡ୍‌ ଏଜୁକସେନ

ଏଠାରେ ୨୨୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୮ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥିମଧ୍ୟରୁ ୫୬ଜଣ ପ୍ରଥମ, ୪୮ଜଣ ଦ୍ବିତୀୟ ଓ ୭୪ଜଣ ତୃତୀୟ ସ୍ଥାନରେ ରହିଛନ୍ତି। ପପୁଲାର ନାୟକ ସର୍ବାଧିକ ୫୦୪ ନମ୍ବର ରଖି କଲେଜ ଟପ୍‌ର ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଅଧ୍ୟକ୍ଷ ପ୍ରଭୁଚରଣ ଗୋଚ୍ଛାୟତ ଅଭିନନ୍ଦନ ଜଣାଇଛନ୍ତି।

କମଳାନେହରୁ ମହିଳା କଲେଜ

କଲେଜରେ ପରୀକ୍ଷା ଦେଇଥିବା ୨୩୪ଜଣଙ୍କ ମଧ୍ୟରୁ ୨୨୪ଜଣ ପାସ୍ କରିଛନ୍ତି। ୧୩୧ଜଣ ପ୍ରଥମ, ୬୭ଜଣ ଦ୍ବିତୀୟ ଓ ୨୬ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। କଲେଜରେ ଜଣଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ।

ମହର୍ଷି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

CollegeBatch.com

ମହର୍ଷି କଲେଜର ୨୦୫ଜଣ ପରୀକ୍ଷା ଦେଇଥିବା ବେଳେ ୧୯୧ଜଣ ପାସ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ୪୯ଜଣ ଉର୍ତ୍ତୀର୍ଣ୍ଣ ହୋଇଥିବା ବେଳେ ୧୬ଜଣ ଦ୍ବିତୀୟ ଶ୍ରେଣୀ ଓ ୨୬ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

ସମ୍ବନ୍ଧିତ ଖବର