ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଛେଳି,ମେଣ୍ଢା ଚୋର ଉତ୍ପାତ କରୁଥିଲେ। ଗତକାଲି ବିଳମ୍ୱିତ ରାତିରେ ପୁଲିସ ପିସିଆର ପେଟ୍ରୋଲିଙ୍ଗ ବେଳେ ୨ ମେଣ୍ଢା ଚୋର ଧରା ପଡ଼ିଛନ୍ତି। ଅଧିକ ଖୋଳତାଡ଼ ହେଲେ ବହୁ ଚୋରି ଘଟଣାର ପର୍ଦାଫାସ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ ଟାରେ ବାଲିପାଟଣା ପିସିଆର ହାବିଲଦାର ଏଚ କେ ବଡ଼ଜେନା ଏବଂ ଟିମ ବନମାଳିପୁର ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିଲେ। ଦଣ୍ଡାସାହି ନିକଟରେ କାର ନମ୍ବର ଓଆର ୧୯ ବି ୧୯୭୧ ଗାଡ଼ିକୁ ସନ୍ଦେହରେ ଅଟକାଇଥିଲେ। ପୁଲିସ ଗାଡ଼ିକୁ ଦେଖି ଚୋରମାନେ କାର ନେଇ ଖସିଯିବାକୁ ଉଦ୍ୟମ କରୁଥିଲେ। ପିସିଆର ଡ୍ରାଇଭର ମାନସ ଜେନା କାର୍ ସାମ୍ନାରେ ପୁଲିସ ଗାଡ଼ି ରଖି ଦେବାରୁ କାରଟି ଘଟଣା ସ୍ଥଳରେ ଅଟକିଯାଇଥିଲା। ପୁଲିସ କର୍ମଚାରୀ ସଙ୍ଗେ ସଙ୍ଗେ ୨ ଜଣଙ୍କୁ କାବୁ କରି ନେଇଥିଲେ। ସେମାନେ ହେଲେ ବାଲିପାଟଣା ଥାନା ଅଞ୍ଚଳର ସୁଜିତ ବିଶ୍ୱାଳ ଏବଂ ନିଆଳି ଥାନା ଅଞ୍ଚଳର ବାପି ଭୋଇ। କାର ଯାଞ୍ଚ ବେଳେ ଡ଼ିକିରେ ୩ ଟି ମେଣ୍ଢାଙ୍କ ମୁହଁରେ ବ୍ଲାକଟେପରେ ବନ୍ଧା ହୋଇଥିବା ଦେଖିଥିଲେ। ସେମାନଙ୍କୁ ଅଧିକ ପଚାରଉଚରା ପରେ ମେଣ୍ଢା କେଉଁଠୁ ଆଣିଥିଲେ ତାହା ପ୍ରମାଣ ଦେଇ ପାରି ନ ଥିଲେ। ପୁଲିସ ଚଢ଼ାଉ ସମୟରେ ଅନ୍ୟ ୨ ସହଯୋଗୀ ଖସି ଯାଇଛନ୍ତି। କାର୍ ସହ ୨ ଜଣଙ୍କୁ ଅଟକ ରଖି ଥାନାରେ ଅଟକ ରଖାଯାଇଛି।
ପୁଲିସ ହାବୁଡ଼ରେ ୨ ମେଣ୍ଢା ଚୋର, ୩ ମେଣ୍ଢା ଉଦ୍ଧାର
/sambad/media/post_attachments/wp-content/uploads/2021/08/b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)