୨ ଗାଁକୁ ପୋଷ୍ୟ ଗ୍ରହଣ କଲା ଅଙ୍କୁର ଫାଉଣ୍ଡେସନ୍

ଭୁବନେଶ୍ବର: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ଆଡ଼ପଟିଗୁଡ଼ା ଓ କୁଶ ଗାଁକୁ ଅଙ୍କୁର ଫାଉଣ୍ଡେସନ୍‌ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଛି। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏହି ଗାଁ ଦୁଇଟିରେ କରୋନା ଲକଡାଉନ୍‌ ସମୟରୁ ଆଜି ଯାଏ ଫାଉଣ୍ଡେସନ୍‌ ପିଲାଙ୍କ ପାଠପଢ଼ା ଓ ଆନୁଷଙ୍ଗିକ ଦାୟିତ୍ୱ ତୁଲାଇ ଆସୁଛି।

ପାଠପଢ଼‌ାରେ ବ୍ୟବହୃତ ସମସ୍ତ ଉପକରଣ ଯଥା ବହି, ଖାତା, କଲମ ଇତ୍ୟାଦି ଯୋଗାଇଦେବା ସହ ଜଣେ ଶିକ୍ଷକଙ୍କୁ ମଧ୍ୟ ଫାଉଣ୍ଡେସନ୍‌ ନିୟୋଜିତ କରିଛି। ଏହାବ୍ୟତୀତ ସେମାନଙ୍କୁ ଶୀତବସ୍ତ୍ର ମଧ୍ୟ ଯୋଗାଇ ଦିଆଯାଉଛି। ଆଗ୍ରହୀ ସଂଗଠନ ଓ ବ୍ୟକ୍ତିଙ୍କ ସହଯୋଗ ମିଳିଲେ, ଏ ପ୍ରକାର କାର୍ଯ୍ୟକ୍ରମ ଆହୁରି ବ୍ୟାପକ ରୂପରେ କରାଯାଇପାରିବ ବୋଲି ଅନୁଷ୍ଠାନର ସଂପାଦିକା ଚିନ୍ମୟୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର