ଧଉଳି : ଶୁକ୍ରବାର ଦିନ ଧଉଳି ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆତ୍ମହତ୍ୟା ଯୋଗୁଁ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଜଣେ ଫ୍ୟାନ୍‌ରେ ଝୁଲି ପଡ଼ିଥିବା ବେଳେ ଅନ୍ୟ ଜଣଙ୍କ କୀଟନାଶକ ପିଇ ଜୀବନ ହାରିଛନ୍ତି। କୀଟନାଶକ ପିଇଥିବା ଯୁବକ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ୍‌ରେ ଆଖି ବୁଜିଦେଇଛନ୍ତି।

Advertisment

ପୁଲିସ ସୂଚନାନୁସାରେ ଶିଶୁପାଳଗଡ଼ ବିଜୟବିହାର ଲେନ୍‌୨ ଅଞ୍ଚଳରେ ରହୁଥିବା କଟକ ଜିଲ୍ଲା ଚୌଦ୍ବାର ଥାନା ଅଧୀନ ସାଲୋଗାଁର ନିର୍ମଳ କାନୁନ୍‌ଗୋଙ୍କ ପୁଅ କିସାନ(୩୦) ଗତକାଲି ରାତିରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏମ୍‌ବିଏ ପାସ୍‌ କରି ଚାକିରି ଅନ୍ବେଷଣରେ ଥିବା କିସାନ୍‌ ଅଧିକାଂଶ ସମୟ ମାନସିକସ୍ତରରେ ଭାରାକ୍ରାନ୍ତ ରହୁଥିଲେ ଏବଂ ନିଶାଗ୍ରସ୍ତ ହୋଇପଡ଼ିଥିଲେ। ଶୁକ୍ରବାର ସକାଳେ ତାଙ୍କ ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। କବାଟ ବାଡ଼େଇବା ପରେ ବି ସେ ନ ଉଠିବାରୁ ସେମାନେ ଝରକା ବାଟେ ଦେଖିଥିଲେ। କିସାନ୍‌ ଫ୍ୟାନ୍‌ରେ ଝୁଲୁଥିବା ଦେଖିବା ପରେ ତୁରନ୍ତ ପଡ଼ୋଶୀମାନଙ୍କ ସହଯୋଗରେ ପରିବାର ଲୋକେ କବାଟ ଭାଙ୍ଗି କିସାନଙ୍କୁ ଉଦ୍ଧାର କରିବା ସହ ବଞ୍ଚିଥିବା ଆଶାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟ ଘଟଣାରେ ମୃତ ଯୁବକ ହେଲେ ନଖାଉରପାଟଣାର ତ୍ରିନାଥ ନାୟକ(୩୮)। ପାରିବାରିକ କଳହକୁ କେନ୍ଦ୍ର କରି ତ୍ରିନାଥ ମାସକ ତଳେ କୀଟନାଶକ ପିଇଦେଇଥିଲେ। ସେବେଠୁ ସେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଗତକାଲି ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।