ବାଲିପାଟଣା: ସରଦେଇପୁର ନିମାପଡ଼ା ରାସ୍ତାର ଓଡ଼ଖଣ୍ଡ ନିକଟରେ ଜନୈକ ବ୍ୟକ୍ତିଙ୍କ ମୋବାଇଲ ଛଡ଼େଇ ନେଇ ଅନଲାଇନ୍ ଟ୍ରାଞ୍ଜାକ୍ସନ କରି ୪୦ ହଜାର ଟଙ୍କା ଲୁଟ୍ ମାମଲାରେ ବାଲିପାଟଣା ପୁଲିସ ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବେଙ୍ଗବତୀ ବସ୍ତିର ସଲମାନ ଖାନ୍ ଓରଫ ପିଣ୍ଟୁ (୨୦) ଏବଂ ରାହୁଲ ସାହା (୩୦)। ଜାମିନ ଖାରଜ ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି। ମାତ୍ର ପୁଲିସ ମୋବାଇଲ କି ଟଙ୍କା ଜବତ କରିପାରିନାହିଁ। ସେମାନେ ବ୍ୟବହାର କରୁଥିବା ପଲସର୍ ବାଇକ୍କୁ ପୁଲିସ ଜବତ କରିଛି।
ସୂଚନାଯୋଗ୍ୟ ଗତ ଶନିବାର ମଧ୍ୟାହ୍ନରେ ଅସ୍ତରଙ୍ଗ ଅଞ୍ଚଳର ହର୍ଷ ଦଳେଇ କୌଣସି କାମରେ ଆଇତଳଙ୍ଗସ୍ଥିତ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। କାମ ସାରି ଫେରିବା ବାଟରେ ଲୁଟେରାମାନେ ଓଡ଼ଖଣ୍ଡ ନିକରୁ ତାଙ୍କ ହାତରୁ ମୋବାଇଲ ଝାମ୍ପି ନେଇଥିଲେ। କିଛି ସମୟରେ ଅନଲାଇନ ଟ୍ରାଞ୍ଜାକ୍ସନ କରି ଆକାଉଣ୍ଟରୁ ୪୦ ହଜାର ନେଇଯାଇଥିଲେ। ହର୍ଷଙ୍କ ଅଭିଯୋଗ ଆଧାରରେ ପୁଲିସ ସଲମାନ ଓ ରାହୁଲକୁ ଉଠେଇ ଆଣି ଅଟକ ରଖିଥିଲା। ଲୁଟ୍ ମୋବାଇଲକୁ ସେମାନେ ଖଣ୍ଡଗିରି ଅଞ୍ଚଳରେ ବିକ୍ରି କରିଥିବା ସ୍ୱୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/imprisonment.jpg)