ଭୁବନେଶ୍ବର: ଫ୍ଲାଟ ନେଲେ। ହେଲେ ଟଙ୍କା ଦେଲେନି। ଟଙ୍କା ମାଗିବାରୁ ପାଲଟା ନାଲିଆଖି ଦେଖାଇଲେ। ୨୦ଲକ୍ଷ ଟଙ୍କା ଠକେଇ କରିଥିବା ଜଣେ ଘର ମାଲିକକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ସେ ହେଲେ ୟୁନିଟ୍‌-୪ ଅଞ୍ଚଳର ସନ୍ଦୀପ ହରିଚନ୍ଦନ(୩୮)।

Advertisment

ସୂଚନା ମୁତାବକ, ୨୦୧୬ ମସିହାରେ ସନ୍ଦୀପ ପାହାଳ ଅଞ୍ଚଳରେ ଥିବା ଓମ୍‌କାର ରେସିଡେନ୍ସି ଆପାର୍ଟମେଣ୍ଟରୁ ଏକ ଫ୍ଲାଟ ନେଇଥିଲେ। ତେବେ ଏକ ଜରୁରୀ କାମ ବାହାନାରେ ସେ ବିଲ୍ଡର ଅତୁଲ ଅଗ୍ରୱାଲ୍‌ଙ୍କୁ ୨୦ଲକ୍ଷ ଟଙ୍କା ଫେରାଇବାକୁ କହିଥିଲେ। ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିବାରୁ ଅତୁଲ ଟଙ୍କା ଫେରାଇଥିଲେ। ଘର ହସ୍ତାନ୍ତର ସମୟରେ ଟଙ୍କା ଫେରସ୍ତ କରିବେ ବୋଲି ସନ୍ଦୀପ କହିଥିଲେ। ବର୍ଷ ବର୍ଷ ବିତିଯାଇଥିଲେ ବି ସନ୍ଦୀପ ଟଙ୍କା ଫେରାଇ ନଥିଲେ। ଏନେଇ ଅତୁଲ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।