ଭୁବନେଶ୍ବର: କମିସନରେଟ ପୁଲିସ ହାତରେ ଧରାପଡ଼ିଥିବା ୬ ଲୁଟେରାଙ୍କଠାରୁ ୨୦ଟି ମୋବାଇଲ୍ ଫୋନ୍ ସେଟ୍ ଜବତ କରାଯାଇଛି। ଖଣ୍ଡଗିରି ଥାନା ପୁଲିସ ରେହମତ୍ନଗର କବାଡ଼ିବସ୍ତିରେ ଚଢ଼ଉ କରି ୯ଟି ଚୋରା ମୋବାଇଲ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଭରତପୁର ଥାନା କୋଳଥିଆ ଅଞ୍ଚଳର ଡି. ଦିପ୍ତୀ ରଞ୍ଜନ(୨୦) ଓ ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିର ସନ୍ ତୋଷ ପଣ୍ଡା। ନୂଆପଲ୍ଲୀ ଥାନା ପୁଲିସ ଜୟଦେବବିହାର ଅଞ୍ଚଳରେ ଚୋରା ମୋବାଇଲ୍ ଫୋନ୍ ବିକ୍ରି କରୁଥିବା ୟୁନିଟ୍- ୬ ସଡ଼କବସ୍ତିର ସୁଜିତ ସିଂହ(୨୨)କୁ ଗିରଫ କରିଛି।
ତା’ପାଖରୁ ୧୦ଟି ମୋବାଇଲ ଜବତ କରିଛି। ସୁଜିତ୍ ଜଣେ ପେସାଦାର ଲୁଟେରା ବୋଲି ଜଣାପଡ଼ିଛି। ସହିଦନଗର ଥାନା ପୁଲିସ ମହର୍ଷି କଲେଜ ନିକଟରୁ ଶାନ୍ତିପାଲ୍ଲୀ ବସ୍ତିର ଦୀପକ ପ୍ରଧାନ(୨୪) ଓ ଭୂପତି ଭୋଇ(୨୭)ଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ମୋବାଇଲ ଜବତ କରାଯାଇଛି। ଏହି ଦୁଇ ଅଭିଯୁକ୍ତ ବାଣୀବିହାର ରେଳ ଷ୍ଟେସନ ନିକଟରେ ଜଣେ ଯୁବତୀଙ୍କୁ ମାଡ଼ ମାରି ମୋବାଇଲ୍ ଛଡ଼ାଇ ନେଇଥିଲେ। ତମାଣ୍ଡୋ ଥାନା ପୁଲିସ ଭରତପୁର ଶରଧାପଲ୍ଲୀ ବସ୍ତିର ବିନାୟକ ମହାପାତ୍ରକୁ ଗିରଫ କରି ଗୋଟିଏ ଫୋନ୍ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/arrest-1.jpg)