ଚନ୍ଦ୍ରଶେଖରପୁର : ଦେଶର ଜିଡିପି ହ୍ରାସ ଉଦ୍ବେଗଜନକ ସ୍ଥିତିରେ। ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଜନତା ବହୁ ହନ୍ତସନ୍ତ ହେଉଛନ୍ତି। ରାଜ୍ୟ ସରକାର ମଧ୍ୟ ବେକାର ଯୁବକ/ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି। ତେଣୁ ଏଭଳି ସ୍ଥିତିରେ ରାଜ୍ୟର ବାଣିଜ୍ୟ ଓ ଶିଳ୍ପ ସଂସ୍ଥାମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଆଜି ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ସମାରୋହ ଅବସରରେ ଅତିଥି ଭାବେ ଯୋଗ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। କରୋନା ପାଇଁ ଦେଶରେ ମାନ୍ଦାବସ୍ଥା ଦେଖାଯାଇଛି ଓ ଖୁବ୍ ଶୀଘ୍ର ଏହାର ଅବସାନ ଘଟିବ ବୋଲି ଆଶା କରାଯାଉଛି ବୋଲି ଏହି ଅବସରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ। ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ ହୋଇଯାଥିବା ଏହି କାର୍ଯ୍ୟକ୍ରମରେ ୨୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଇଂଜିନିୟରିଂ ଆଣ୍ଡ୍ ଆଇଟି ସଚିବ ମନୋଜ କୁମାର ମିଶ୍ର, ଓସିଏ ଅଧ୍ୟକ୍ଷ ପଙ୍କଜ ମହାନ୍ତି, ଗୁପ୍ତା ପାୱାର୍ ଚେୟାରମ୍ୟାନ ମହେନ୍ଦ୍ର ଗୁପ୍ତା, ଓଏସ୍ଏଚ୍ବି ଚେୟାରମ୍ୟାନ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଇଡ୍କୋ ଏକ୍ଜିକ୍ୟୁଟିଭ୍ ଏଡିଟର୍ କେଜେ ପଟେଲ, ଫାଉଣ୍ଡର ଏଡିଟର କାଦମ୍ବିନୀ ଡ. ଇତି ସାମନ୍ତ, ଏମ୍କେ ପଟ୍ଟନାୟକ, (ଡାଇରେକ୍ଟର,ଏମ୍କେ ପ୍ଲାଷ୍ଟ), ମଞ୍ଜୁବାଳା ପଣ୍ଡା(ନିର୍ଦ୍ଦେଶକ ପ୍ରାଚୀ ୱାର୍କସ୍), ପ୍ରଶାନ୍ତ ହୋତା (ଜେଏସ୍ପିଏଲ୍ ସିଏସ୍ଆର୍ ହେଡ୍), ରଣବୀର କୁମାର ଦେ(ଏମ୍ଡି ଇଣ୍ଡସ୍ଟେକ୍), ଡ.ସତ୍ୟବ୍ରତ ମୀନକେତନ (ଓଡିଏମ୍ ଚେୟାରମ୍ୟାନ), ସ୍ମିତିଶ୍ବତୋ ଦାସ (ଏମ୍ଡି ଇକୋ ବେଲେଜା), ସୂର୍ଯ୍ୟକାନ୍ତ ବେହେରା (ଏମ୍ଡି ମେଗା ବିଲ୍ଡର୍ସ), ଡ. ବିଜୟ ଖାଣ୍ଡେଲୱାଲ୍ (ଚେୟାରମ୍ୟାନ ଖାନ୍ୱେଲ ଷ୍ଟିଲ୍), ପ୍ରବୋଧ କୁମାର ମହାନ୍ତି (ଡାଇରେକ୍ଟର ଏଚ୍ଆର୍, ଓଏଚ୍ପିସି), ରେଖା ଚିନାରା(ଏମ୍ଡି କନକ ମହାଲକ୍ଷ୍ମୀ ଜୁଏଲ୍ର), ସୁଧୀର ଏମ୍ ଦିଗିକର (ସିଇଓ ଆପୋଲୋ ହସ୍ପିଟାଲ), ସଂଗ୍ରାମ କୁମାର ଦାସ (ଏମ୍ଡି ହରି ମେରାଇନ୍), ଡ. ସୁନୀଲ ମୁରାକା (ଏମ୍ଡି ମୁସ୍କାନ ଗ୍ରୁପ), ପରେଶ କୁମାର ଦାସ (ସର୍କଲ୍ ହେଡ୍, ପିଏନ୍ବି), ସୁଶାନ୍ତ ମହାନ୍ତି (ଡାଇରେକ୍ଟର ଶ୍ରୀହରି ପାୱାର ସଲ୍ୟୁସନ୍), ଜି କାହ୍ନୁଚରଣ (ଡାଇରେକ୍ଟର କହ୍ନର ଇକ୍ୟୁପିମେଣ୍ଟ ଗ୍ରୁପ୍), ଶେଖର ସାହୁ (ଏମ୍ଡି ଆବିସି ଫାର୍ମା), ସ୍ବରୂପ ରଞ୍ଜନ ଦାସ (ଏମ୍ଡି ସାରଦା ସିଷ୍ଟମ)ଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହ ଜେକେ ପେପର୍ ଜିଏମ୍ ପ୍ରଫେସର୍ ପ୍ରଫୁଲ୍ଲ ଧଳ ଓ ଏମ୍ଡି ସତ୍ୟମ୍ ପ୍ୟାକର୍ସ ଆଲାମ୍ ଗୋବିନ୍ଦ ରାଓଙ୍କୁ ଜୁରି ଆୱାର୍ଡ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ପତ୍ରିକା ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ନୂତନ ଏଡିସନ୍ (ମାର୍ଚ୍ଚ ମାସ) ଉନ୍ମୋଚନ କରାଯାଇଥିଲା। ପତ୍ରିକାର ସମ୍ପାଦକ ଦିବ୍ୟଜିତ ସାହୁ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସହ ସମ୍ପାଦକ ଶୁଭୋଜିତ୍ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।