ଭୁବନେଶ୍ବର: ଚଳିତ ବର୍ଷ ରାଜଧାନୀରେ ଗଡ଼ିବ ୫୬ଟି ରଥ। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗିବେ ବୋଲି ପୁଲିସ କୁହିଛି। ନିଜ ନିଜ ଅଞ୍ଚଳରେ ହେଉଥିବା ରଥଯାତ୍ରା ଉପରେ ନଜର ରଖିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଚଳିତଥର ବାଲିପାଟଣା ନୂଆସାହିକୁ ମିଶାଇ ରାଜଧାନୀରେ ୫୭ଟି ରଥ ଗଡ଼ିବାକୁ ଥିବା ବେଳେ ଟ୍ରାଫିକ୍ ସମସ୍ୟା, ଗହଳିର ସୁଯୋଗ ନେଇ ଚୋରି, ଛିନ୍ତାଇ ବଢ଼ିବାର ଆଶଙ୍କା ରହିଛି।
ତେଣୁ ଏହି ସମୟରେ ବ୍ୟାପକ ପୁଲିସ ମୁତୟନ ସହ ମହିଳା ପୁଲିସ ଫୋର୍ସ, ସାଦା ପୋଷାକରେ ପୁଲିସ ମୁତୟନ ହେବେ ବୋଲି ପୁଲିସ କମିସନର କହିଛନ୍ତି। ସେହିପରି ରଥ କମିଟିଗୁଡ଼ିକୁ ମଧ୍ୟ ସେମାନଙ୍କ ସ୍ବେଚ୍ଛାସେବୀ ମୁତୟନ କରିବା ପାଇଁ କୁହାଯାଇଛି। ଯେଉଁମାନେ ସ୍ବେଚ୍ଛାସେବୀ ରହିବେ, ସେମାନଙ୍କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/37-11.jpg)