ନିୟମ ପାଳନ କରୁ ନଥିବାରୁ ୨୦ ଦୋକାନ ବନ୍ଦ

ଭୁବନେଶ୍ବର : କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମ୍‌ସି ଓ କମିସନରେଟ୍‌ ପୁଲିସର ମିଳିତ ଟିମ୍‌ ଆଜି ସହରର ବିଭିନ୍ନ ସ୍ଥାନ‌ରେ ଚଢ଼ଉ କରିଛି। ଦକ୍ଷିଣ-ପୂର୍ବ ଜୋନ୍‌ର ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ଦୋକାନ ଉପରେ ଚଢ଼ଉ କରିବା ସହ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ୧୩ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି। ଏଥିସହ କଳ୍ପନା ଓ ସତ୍ୟନଗର ଅଞ୍ଚଳରେ ଥିବା ୨୦ଟି ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଦକ୍ଷିଣ ପଶ୍ଚିମ ଜୋନ୍‌ ପକ୍ଷରୁ ସାଧାରଣ ଲୋକଙ୍କଠାରୁ ୩୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ନ କରିବା ଅଭିଯୋଗରେ ବିଏମ୍‌ସି ଉତ୍ତର ଜୋନ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୬୫୦୦ ଟଙ୍କା ଆଦାୟ କରାଯାଇଛି। ସରକାରୀ ଜାଗାରେ ଦୋକାନ କରି ଅଳିଆ ଆବର୍ଜନା ପକାଉଥିବାରୁ ଦୋକାନୀଙ୍କଠାରୁ ୪୮୦୦ ଟଙ୍କା ଓ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଥିବା ବ୍ୟବସାୟୀଙ୍କ ନିକଟରୁ ୭୭୦୦ ଟଙ୍କା ଆଦାୟ କରାଯାଇଥିବା ଏଡିସି ଅବନୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର