ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓ ଛକରୁ ଶାମପୁର ଗାଁ ପର୍ଯ୍ୟନ୍ତ ଏକ ବଡ଼ଧରଣର ଜବରଦଖଲ ଉଚ୍ଛେଦ ହୋଇଛି। ଏଥିରେ ପ୍ରାୟ ୨୦୦ରୁ ଅଧିକ ଦୋକାନ ମାଟିରେ ମିଶିଛି। ବିଡିଏ ଏନ୍‌ଫୋର୍ସମେଣ୍ଟ ପକ୍ଷରୁ କରାଯାଇଥିବା ଉଚ୍ଛେଦରେ ୭୩ଟି ଆଜବେଷ୍ଟସ୍ ଦୋକାନ ସମେତ ୭୧ଟି ବାଉଁଶ, ୩୪ଟି ଫଳ, ୧୮ଟି ଫାଷ୍ଟଫୁଡ, ୨୧ଟି ମାଛ, ମାଂସ ଓ ଚିକେନ୍ ଦୋକାନ ଭଙ୍ଗାଯାଇଛି। ୧୯ଟି ସମ୍ପ୍ରସାରଣ ଅଂଶ, ୨୩ଟି କ୍ୟାବିନ୍‌ ଓ ଗୋଟିଏ ନର୍ସରି ମଧ୍ୟ ଭାଙ୍ଗିଛି। ଏହାବ୍ୟତୀତ ଶାମପୁର ମୌଜା ଅନ୍ତର୍ଗତ ସରକାରୀ ପ୍ଲଟ୍ ନଂ ୫୪ରେ ହୋଇଥିବା ୨ଟି ବେଆଇନ ଦୋକାନକୁ ହଟାଯାଇଛି।

Advertisment

ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ୧ ପ୍ଲାଟୁନ୍ ରିଜର୍ଭ ପୁଲିସ ଫୋର୍ସ ଓ ଗୋଟିଏ ସେକ୍ସନ୍ ମହିଳା ପୁଲିସ ମୁତୟନ ହୋଇଥିଲେ। ଉଚ୍ଛେଦ ବେଳେ ଯୁଗ୍ମ କମିସନର(ପ୍ରବର୍ତ୍ତନ) ଶ୍ୱେତ କୁମାର ଦାସ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏର ସହକାରୀ ନିର୍ଦ୍ଦେଶକ ଅମିୟ କୁମାର ଦାସ, ଭରତପୁର ଥାନା ଆଇଆଇସି ବିଭୁଦତ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।