ଧଉଳି: ଧଉଳି ଶାନ୍ତିସ୍ତ ପ ପାଦଦେଶରେ ଥିବା ପାର୍କିଂ ସ୍ଥଳରେ ବସ୍ ରଖିବା ପାଇଁ ସ୍ଥାନ ନାହିଁ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆବଶ୍ୟକ ସଂଖ୍ୟକ ସର୍ଟଲ ବସ ଯୋଗାଇ ଦିଆଯାଇ ନଥିବାରୁ ପର୍ଯ୍ୟଟକମାନଙ୍କୁ ଏକା ସଙ୍ଗରେ ଶାନ୍ତିସ୍ତୂପକୁ ନେବାଆଣିବା କରିବା ମଧ୍ୟ ସମ୍ଭବ ହେଉନାହିଁ। ବିଳମ୍ବ କାରଣରୁ ରାଜ୍ୟ ବାହାରୁ ଆସୁଥିବା ଶହ ଶହ ପର୍ଯ୍ୟଟକ ଶାନ୍ତିସ୍ତୂପ ଦେଖିନପାରି ଶେଷରେ ନିରାଶ ହୋଇ ଫେରିଯାଉଥିବା ଜଣାପଡ଼ିଛି। ପ୍ରାୟ ଅଧିକାଂଶ ଦିନ ଯାତ୍ରୀମାନେ ଶାନ୍ତିିସ୍ତୂପ ବୁଲି ନପାରି ଫେରିଯାଉଥିବା ବସଷ୍ଟାଣ୍ଡ୍ ପରିଚାଳନା ଦାୟିତ୍ୱରେ ଥିବା କର୍ମକର୍ତାମାନେ ଜଣାଇଛନ୍ତି। ଏନେଇ ସବୁ ମହଲରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ବସଷ୍ଟାଣ୍ଡ ପରିଚାଳନା ଦାୟିତ୍ୱରେ ଥିବା ହରେକୃଷ୍ଣ ସାହୁଙ୍କ କହିବାନୁଯାୟୀ ଆଜି ଦିନରେ ଶାନ୍ତିସ୍ତୂପକୁ ୯୦ଟି ବସ୍ରେ ପାଖାପାଖି ୫ ହଜାରରୁ ଅଧିକ ପର୍ଯ୍ୟଟକ ଆସିଥିଲେ। ପାର୍କିଂସ୍ଥଳରେ ମାତ୍ର ୨୦ଟି ବସ ରହିବା ପାଇଁ ଜାଗା ଥିବା ବେଳେ ଅପରାହ୍ଣରେ ଏକ ସମୟରେ ୨୫ରୁ ୩୦ଟି ବସ୍ ଆସିଥିଲା। ଗୋଟିଏ ସର୍ଟଲ ବସ୍ରେ ୨୫ ଜଣ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ବ୍ୟବସ୍ଥା ରହିଛି। ଫଳରେ ୬ଟି ସର୍ଟଲ ବସ୍ରେ ଏକାବେଳକେ ସବୁ ପର୍ଯ୍ୟଟକଙ୍କୁ ନେବା ସମ୍ଭବ ହୋଇ ନଥିଲା। ସେମାନେ ମଧ୍ୟ ଏତେ ସମୟ ଅପେକ୍ଷା କରିବାକୁ ଚାହିଁ ନଥିଲେ। ଏଥିପାଇଁ ଆଜି ଦିନରେ ୪ଟି ବସ୍ରେ ଥିବା ପାଖାପାଖି ୨୦୦ ଜଣ ପଶ୍ଚିମବଙ୍ଗ ପର୍ଯ୍ୟଟକ ଶାନ୍ତିସ୍ତୂପ ନଯାଇ ଷ୍ଟାଣ୍ଡରୁ ଫେରି ଯାଇଥିଲେ। ଶ୍ରୀ ସାହୁଙ୍କ କହିବା ଅନୁଯାୟୀ ମାସରେ ଦିନେଦିନେ ୪/୫ ଖଣ୍ଡ ବସ୍ ମଧ୍ୟ ଫେରିଯାଉଥିବା ନେଇ ସେ ସୂଚନା ଦେଇଛନ୍ତି। ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ସାହୁଙ୍କୁ ପଚାରିବାରେ ସେ କହିଥିଲେ, ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ଏବେଠୁ ବସଷ୍ଟାଣ୍ଡ୍ ପରିସର ବୃଦ୍ଧି କରାଯିବା ଦରକାର। ଉଭୟ ବଡ଼ ଓ ଛୋଟ ଗାଡ଼ିରେ ଧଉଳି ବୁଲି ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକମାନଙ୍କ ପାଇଁ ଆଉ ୪୦ଟି ଟଏଲେଟ୍ ନିର୍ମାଣ କରାଯିବା ଅପରିହାର୍ଯ୍ୟ ହୋଇପଡ଼ିଛି। ବିଭାଗୀୟ ଟୁରିଷ୍ଟ ଅଧିକାରୀ ଅଜୟ କୁମାର ରାଉତଙ୍କୁ ପଚାରିବାରେ ଉପରୋକ୍ତ ସମସ୍ୟାର ସମାଧାନ ଦିଗରେ ଉପରିସ୍ଥ କର୍ତ୍ତୃପକ୍ଷ ଓ ବିଭାଗୀୟ ମନ୍ତ୍ରୀଙ୍କ ପରାମର୍ଶକ୍ରମେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଶାନ୍ତିସ୍ତୂପ ବୁଲି ନପାରି ଫେରିଗଲେ ୨୦୦ ପର୍ଯ୍ୟଟକ
/sambad/media/post_attachments/wp-content/uploads/2018/09/balianta-janmastami-subhechha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)