୨୧ରୁ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ, ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଅସ‌ହ‌ଯୋଗ ଆନ୍ଦୋଳନ

ମେଣ୍ଢାଶାଳ: ୫ଦଫା ଦାବି ପୂରଣ ନେଇ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାମ ବନ୍ଦ କରିବାକୁ ‌ଚେତାବନୀ ଦିଆଯାଇଛି। ସ୍ବ‌ାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅଧୀନରେ ତୃଣମୂଳସ୍ତରରେ କାର୍ଯ୍ୟରତ ପ୍ରାୟ ୨୦ ହଜାର ସ୍ବାସ୍ଥ୍ୟକର୍ମୀ ଆସନ୍ତା ୭ତାରିଖରେ କଳାବ୍ୟାଜ୍‌ ପିନ୍ଧି ନିରବ ପ୍ରତିବାଦ କରିବେ। ପ୍ରତିବାଦର ସୁଫଳ ନମିଳିଲେ ଡିସେମ୍ବର ୧୪ ତାରିଖରେ ଅସହଯୋଗ ଆନ୍ଦୋଳନ କରି କାର୍ଯ୍ୟରେ ଯୋଗଦେବେ। ‌ହେଲେ କୌଣସି ରିପୋର୍ଟ ପ୍ରଦାନ କରିବେ ନାହିଁ। ତା’ ପରେ ଦାବି ପୂରଣ ନହେଲେ ଆସନ୍ତା ୨୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ‌ ସଂଘ ପକ୍ଷରୁ ଚରମ ନିଷ୍ପତ୍ତି ନିଆଯାଇଛି। ଆଜି ମହାସଂଘ ପକ୍ଷରୁ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡା. ମୋହନ ହେମ୍ବ୍ରମଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ସିଏଚସି ମହାସଂଘ ସମ୍ପାଦକ ସଂତୃପ୍ତ ଦଳେଇ, ସଭାପତି ସରୋଜ କୁମାର ପଣ୍ଡା, ପ୍ରଶାନ୍ତ ସାମନ୍ତରାୟ, ଦେବାଶିଷ ସାହୁ, ବନବିହାରୀ ମାଣିଆ, ଅମରେନ୍ଦ୍ର ସାହୁ, ସୁମିତ୍ରା ବେହେରା, ତୃପ୍ତିବାଳା ରଥ ଉପସ୍ଥିତ ଥିଲେ।

ସଂଘର ୫ଦଫା ଦାବି ଗୁଡ଼ିକ ମଧ୍ୟରେ ବିଭିନ୍ନ ବିଭାଗ ଅଧୀନରେ ଥିବା ସମସ୍ତ କର୍ମଚା‌ରୀ ପରି ସଂଘର କର୍ମଚାରୀ ମାନଙ୍କର ମଧ୍ୟ ବହୁମୁଖୀ ସ୍ବା‌ସ୍ଥ୍ୟକର୍ମୀଙ୍କ କ୍ୟାଡର ପୁନର୍ଗଠନ କରି ବହୁମୁଖୀ ସ୍ବାସ୍ଥ୍ୟକର୍ମୀମ‌ାନଙ୍କ ଚ‌ାକିରି କାଳରେ ୪ଟି ପଦୋନ୍ନତି ଦିଆଯାଉ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକ‌ାଶିତ ବିଜ୍ଞପ୍ତି ଅନୁଯାୟୀ ଆର୍‌ଏସିପି ଆକାରରେ ପ୍ରଦାନ କରାଯାଉ। ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କ ଠିକ‌ା ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ। ବହୁମୁଖୀ ସ୍ବାସ୍ଥ୍ୟକମୀ ଓ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକ ପଦବିର ନାମ ପରିବର୍ତ୍ତନ କରାଯାଉ। ପୋଷାକ ଭତ୍ତା ଆକାରରେ ବାର୍ଷିକ ୫ହଜାର ଟଙ୍କା ପ୍ରଦାନ ରହିଛି।

ସମ୍ବନ୍ଧିତ ଖବର