କଟକ ସହରରୁ ଆଜି ୨୧୧ ଜଣ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୯୩ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ୨୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ସଂଗରୋଧରୁ ୧୧୮ ଜଣ ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୯୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, କଟକ ଜିଲ୍ଲାରେ ଆଜି ମୋଟ ୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୧୧ ଜଣ କଟକ ସହରରୁ ଅଛନ୍ତି ।

 

ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୫୦ ଜଣ ଓ ଗୃହ ସଂଗରୋଧରୁ ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାରୀ ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୩୩ ବର୍ଷୀୟ ପୁରୁଷ କରୋନା ଯୋଦ୍ଧା, ୪୧ ଜଣ ପୁରୁଷ ଓ ୮ ଜଣ ମହିଳା ଅଛନ୍ତି ।

ସୂଚନାଯୋଗ୍ୟ କଟକ ସହରରୁ ଆଜି ପର୍ଯ୍ୟନ୍ତ ୭୫୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୫୩୫୦ ଜଣ ସୁସ୍ଥ ହୋଇଥିବା ବେଳେ ୨୧୮୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ୩୪ ଜଣଙ୍କର ପ୍ରାଣହାନୀ ଘଟିଛି ।

ସମ୍ବନ୍ଧିତ ଖବର