ସାଧାରଣତନ୍ତ୍ର ଦିବସ ପରେଡ୍‌ ପ୍ରସ୍ତୁତି: ଗାନ୍ଧୀ ମାର୍ଗରେ ରିହର୍ସାଲ୍‌

ନିୟୋଜିତ ହେବେ ୨୩ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପରେଡ୍‌ ଲାଗି କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଆଜି ଅପରାହ୍‌ଣରୁ ପୁଲିସ ଗାନ୍ଧୀମାର୍ଗରେ ପରେଡ୍‌ ରିହର୍ସାଲ ଆରମ୍ଭ ହୋଇଛି। ରାଜ୍ୟପାଳ ପରେଡ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବେ। ଏଥିପାଇଁ କମିସନେରଟ୍‌ ପୁଲିସ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି। ପାଖାପାଖି ୨୩ ପ୍ଲାଟୁନ୍‌ ଫୋର୍ସ ପରେଡ୍‌ ଉତ୍ସବରେ ନିୟୋଜିତ ହେବେ। ଗତକାଲି ଅପରାହ୍‌ଣରେ ୬୫ଟି ଦଳର ପରୀକ୍ଷାନିରୀକ୍ଷା କରାଯାଇଥିଲା। ଆଜି ଏହି ଦଳମାନେ ପରେଡ୍‌ରେ ରିହର୍ସାଲରେ ସାମିଲ୍‌ ହୋଇଥିଲେ। ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସ ପରେଡ୍‌ ଗ୍ରାଉଣ୍ତରେ ବ୍ୟାରିକେଡ୍‌ରେ ସବୁଜ ରଙ୍ଗର ତାର ଜାଲି ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ୍‌ ସ୍ଥଳରେ ୨୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ସେହିପରି ଦୁଇ ୟୁନିଟ୍‌ ଏସ୍‌ଓଜି, କ୍ୟୁଆର‌୍‌ଟି , ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ପରେଡ୍‌ ସ୍ଥଳରେ ସିସିଟିଭି କ୍ୟାମେରା ସହ ୧୦୦ରୁ ଅଧିକ ଏସ୍‌ଆଇ, ଏଏସ୍‌ଆଇ ଏବ˚ ଇନ୍ସପେକ୍ଟରଙ୍କ ସହ ୧୯ ଜଣ ଡିଏସ୍‌ପି , ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ରହିବେ। ଖଣ୍ତଗିରି, ଲକ୍ଷ୍ମୀସାଗର, ପଳାଶୁଣୀ, ରବି ଟକିଜ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧୢ ସ୍ବତନ୍ତ୍ର ଚେକ୍‌ ପୋଷ୍ଟ ମାଧୢମରେ ବ୍ଲକି˚ କରାଯାଇ ଚେକି˚ ଆରମ୍ଭ ହୋଇଛି। ଏହା ଛଡ଼ା ସହର ଭିତରେ ଥିବା ହୋଟେଲ ଓ ଲଜି˚ରେ ମଧୢ ଯାଞ୍ଚ ଚାଲିଛି।

ପରେଡ୍‌ ଲାଗି ଟ୍ରାଫିକ୍‌ କଟକଣା
ଗାନ୍ଧୀମାର୍ଗରେ ପରେଡ୍‌ ଚାଲୁଥିବା ବେଳେ ଟ୍ରାଫିକ ପୁଲିସ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି। ସକାଳ ସାଢେ଼ ୬ଟାରୁ ପରେଡ୍‌ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଭାରୀଯାନ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ କିମ୍ବା ରାମମନ୍ଦିର ପଟୁ ମାଷ୍ଟରକ୍ୟାଣ୍ଟିନ୍‌ ଆସି ପାରିବ ନାହିଁ। ପରେଡ୍‌ସ୍ଥଳ ସ˚ଲଗ୍ନ ୟୁନିଟ-୨ ଏବ˚ ୟୁନିଟ-୩ ଅଞ୍ଚଳର ସମସ୍ତ ରାସ୍ତା ସିଲ୍‌ ରହିବ। ସେହିପରି ଏଜି ଛକରୁ ପିଏମ୍‌ଜି, ଏବ˚ ହାଉସି˚ବୋର୍ଡ ଛକରୁ ପିଏମ୍‌ଜି ଛକକୁ କୌଣସି ଗାଡ଼ି ଆସିପାରିବ ନାହିଁ। ପରେଡ୍‌ ଦେଖିବାକୁ ଆସୁଥିବା ବ୍ୟକ୍ତିବିଶେଷମାନେ ସେମାନଙ୍କ ବାଇକ୍‌ ଓ ସାଇକେଲ୍‌ ମାଷ୍ଟରକ୍ୟାଣ୍ଟିନ କ˚ଗ୍ରେସ ଭବନ ନିକଟ, ବସଷ୍ଟାଣ୍ତ୍‌, ହୋଟେଲ ଯଯାତି ନିକଟ, ଜୟଦେବ ଭବନ, ଇଡକଲ ଅଡିଟୋରିୟମ ନିକଟ, ୟୁନିଟ୍‌-୨ ଏବ˚ ୟୁନିଟ-୩ରେ ଥିବା ହାଇସ୍କୁଲ ପଡ଼ିଆରେ ପାର୍କି˚ କରିବେ। ପରେଡ୍‌ ପାଇଁ ୨ଶହ ଟ୍ରାଫିକ୍‌ କର୍ମଚାରୀ ଓ ୧୫ଜଣ ପୁଲିସ ଅଧିକ ନିଯୁକ୍ତ ହେବେ। ଡିସିପି ଟ୍ରାଫିକ୍‌ ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଟ୍ରାଫିକ ପରିଚାଳିତ ହେବ।

ସମ୍ବନ୍ଧିତ ଖବର