ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚୋରି, ଡାକୟତି, ରାହାଜାନୀ ସହ ଅନ୍ୟାନ୍ୟ ଅପରାଧିକ ମାମଲା ବଢ଼ି ଚାଲିଛି। କମିସନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୨୩ଟି ବାଇକ୍, ଏକ ଭଙ୍ଗା ସୁନାଚେନ୍, ଏକ ଭୁଜାଲି ଓ ନଗର ୨୦୦ ଟଙ୍କା ଜବତ କରାଯାଇଛି। ଏହି ଚୋରି ଘଟଣାରେ ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ପୁଲିସ ଦ୍ୱାରା ଜବତ କରାଯାଇଥିବା ସଂପତ୍ତିର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ।
ସୂଚନା ଅନୁସାରେ ବଡ଼ଗଡ଼ ଥାନା ପୁଲିସ ୨୨ଟି ବାଇକ୍ ଜବତ କରିବା ସହିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ନୁର୍ନଗର ନିବାସୀ ମହମ୍ମଦ କାଲିମଙ୍କ ପୁଅ ମହମ୍ମଦ ମୁସାରଫ ଓରଫ୍ ସନିଆ (୩୨), ତାଳବଣୀସାହି ନିବାସୀ ମହମ୍ମଦ ରହେମତ୍ ଅଲ୍ଲୀଙ୍କ ପୁଅ ମହମ୍ମଦ ଫିରସ୍ତା ଅଲ୍ଲୀ ଓରଫ ଇଲୁ (୨୭), ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମୁସ୍ଲିମସାହିର ଶେଖ୍ ଫାରୁକ୍ଦ୍ଦୀନଙ୍କ ପୁଅ ଶେଖ୍ ସୌକତ୍ (୩୪), ପିପିଲି ଥାନା ଅନ୍ତର୍ଗତ ଜୟପୁର ନିବାସୀ ଶେଖ୍ ଅବଦ୍ଦୁଲଙ୍କ ପୁଅ ଶେଖ୍ ଅବଦ୍ଦୁଲ ହନିଫ (୩୨) ଓ ସିରିଆପୁର ନିବାସୀ ଶେଖ୍ ହୁସେନ୍ଙ୍କ ପୁଅ ମହମ୍ମଦ ସଫିକ୍ ଓରଫ ପପ୍ପୁ (୩୨)।
/sambad/media/post_attachments/wp-content/uploads/2021/10/37860280-9ebb-4af1-a3c9-e2eb030061cc-1024x576.jpg)
ସେହିପରି ବାଲିଅନ୍ତା ପୁଲିସ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦିପଡ଼ିଆ ନିବାସୀ ରାଜେନ୍ଦ୍ର ପ୍ରସାଦଙ୍କ ପୁଅ ଛୋଟୁ ପ୍ରଭାତ ପ୍ରସାଦ (୩୬)କୁ ସୁନାଚେନ୍ ଚୋରି ଘଟଣାରେ ଗିରଫ କରିଛି। ନୟାପଲ୍ଲୀ ଥାନା ପୁଲିସ ଗଡ଼ସାହି ନିବାସୀ ଅରୁନ କୁମାର ନାୟକଙ୍କ ପୁଅ ଗଣେଶ ନାୟକ (୨୬)କୁ ଗିରଫ କରିବା ସହିତ ତା’ଠାରୁ ଏକ ବାଇକ୍, ଭୁଜାଲି ଓ ନଗର ୨୦୦ ଟଙ୍କା ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/8db801c2-24ab-45e1-a47d-3670a09c3f07.jpg)