ଭୁବନେଶ୍ୱର: ଭୁବନେଶ୍ୱରର ୨ଟି ସଙ୍ଗରୋଧରୁ ୮-୮ ଜଣ ମହିଳାଙ୍କ ସମେତ ଆଜି ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୫ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୪୫୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୦୧୫ ଜଣ ସୁସ୍ଥ ହୋଇଥିବା ବେଳେ ୧୫୫୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୨୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2020/08/EfTea1SU0AIpaYw-628x1024.jpg)
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜିନ୍ଦଲ କାର୍ଯ୍ୟାଳୟ ନିକଟ ଫରେଷ୍ଟ ପାର୍କ ଏବଂ ବଡ଼ଗଡ଼ ବ୍ରିଟ କଲୋନି ସଂଗରୋଧରୁ ୮-୮ ଜଣ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ସାଲିଆ ସାହି ଓ ସହିଦ ନଗର ସଂଗରୋଧରୁ ୫ ଜଣ ଲେଖାଏଁ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୟୁନିଟ-୬ସ୍ଥିତ ଗଂଗନଗରରୁ ୫ ଜଣ ମହିଳା ଓ ଏକ ଘରୋଇ ହସ୍ପିଟାଲରୁ ଜଣେ ମହିଳାଙ୍କ ସମେତ ୬ ଜଣ କରୋନା ପଜିଟିଭ ହୋଇଛନ୍ତି। ସଂଗରୋଧ କେନ୍ଦ୍ରରୁ ଆଜି ମୋଟ ୧୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/08/EfTectzU0AIJDN9-749x1024.jpg)
ଆଜି ଚିହ୍ନଟ ହୋଇଥିବା ୧୦୫ ଜଣ ସ୍ଥାନୀୟ ସଂକ୍ରମଣ ତାଲିକାରେ ବିଡିଏ ଚନ୍ଦ୍ରଶେଖରପୁରରୁ ୩ ଜଣ ପୁରୁଷଙ୍କ ସମେତ ୪ ଜଣ, ବଡ଼ଗଡ଼ ବ୍ରିଟ କଲୋନିରୁ ୪ ଜଣ, ୟୁନିଟ-୮ରୁ ୪ ଜଣ ସାମିଲ ଅଛନ୍ତି। ସେହିଭଳି ବାହାର ଜିଲ୍ଲାରୁ ଫେରି ୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛନ୍ତି। ୟୁନିଟ-୩ରୁ ୨ ଜଣ, ଭିଏସ୍ଏସ୍ ନଗରରୁ ୨ ଜଣ, ଲକ୍ଷ୍ମୀସାଗରରୁ ୨ ଜଣ, ସୁନ୍ଦରପଦାରୁ ୨ ଜଣ, ଲକ୍ଷ୍ମୀସାଗର, ଶାସ୍ତ୍ରୀନଗର, କୋଳଥିଆ, ସାଲିଆସାହି, ସାମନ୍ତରାପୁର, ପଳାଶୁଣୀ ଓ ଡୁମଡୁମାର ୨ ଜଣ ଲେଖାଏଁ ଅଛନ୍ତି।
/sambad/media/post_attachments/wp-content/uploads/2020/08/EfTeei2VoAAW3DW-749x1024.jpg)
ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଆଜି ମୋଟ ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଇଗଣିଆସ୍ଥିତ ଆଳୁଗଦିରୁ ମୋଟ ୧୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବରମୁଣ୍ଡା, ସାଲିଆସାହି ଓ ଡୁମଡୁମାରୁ ୫-୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଳିଙ୍ଗ ବିହାରରୁ ୪ ଜଣ, ଜୟଦେବ ବିହାରୁ ୩ ଜଣ, ଜୟଦେବ ବିହାର, ଆଇଗଣିଆ ଗାଁ, ଝାରପଡ଼ା, ସିରିପୁର, ସାମନ୍ତରାପୁର, ଗଡ଼ମବିହାର, ସତ୍ୟନଗର, ଡୁମଡୁମାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/237-found-in-bbsr-13_Thumb.jpg)