କଟକ: ଆଜି କଟକ ସହରରୁ ମୋଟ୍‌ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୫୪ ଜଣ, ଗୃହ ସଂଗରୋଧରୁ ୮୧ ଜଣ ଓ ସ୍ଥାନୀୟ ଅଂଚଳରୁ ୧୦୨ ଜଣ ଆକ୍ରାନ୍ତ ହୋଇଛନ୍ତି। କଟକ ମହାନଗର ନିଗମ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

Advertisment

publive-image

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଏସ୍‌ସିବି ଆଇସୋଲେସନରୁ ଜଣେ ମହିଳାଙ୍କ ସମେତ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସରକାରୀ ସଂଗରୋଧରୁ ୪ ଜଣ କୋଭିଡ ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ଗୃହ ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସିଡିଏ ସେକ୍ଟର-୭ରୁ ୧୧ ଜଣ, କଣ୍ଟେନମେଣ୍ଟ ରୋଡରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ସୂଚନାଯୋଗ୍ୟ କଟକ ସହରରୁ ଏପର୍ଯ୍ୟନ୍ତ ୫୫୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୩୭୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରୁ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୩୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।