ବାରଙ୍ଗ: ଶୁକ୍ରବାର ବିଳମ୍ବିତ ରାତିରେ ବାରଙ୍ଗ ବ୍ଲକ ମୁଣ୍ଡଳି ଗାଁରେ ପଥର କାନ୍ଥ ପଡ଼ି ଉଷାରାଣୀ ବେହେରାଙ୍କର ୨୪ଟି ଛେଳି ମରିଯାଇଛନ୍ତି। ୧୦ ଛେଳି ଚିକିତ୍ସାଧୀନ ଅଛନ୍ତି। ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି। ଉକ୍ତ ଘରେ ଉଷାରାଣୀ ୫୦ଟି ଛେଳି ବାନ୍ଧିଥିଲେ। ମୁଣ୍ଡଳି ସରପଞ୍ଚ ଶ୍ରୀକାନ୍ତ ଜେନା ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ଜଣଙ୍କ ବିଧବା ଓ ତାଙ୍କର ୪ ଝିଅ ଅଛନ୍ତି। ସେ ଛେଳି ପାଳି ପରିବାର ଚଳାନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।
କାନ୍ଥ ପଡ଼ି ୨୪ ଛେଳି ମୃତ
/sambad/media/post_attachments/wp-content/uploads/2018/09/barang-goat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)