ଭୁବନେଶ୍ୱର: ଭାରତ ସଡ଼କ ପରିବହନ ମହାସଂଘ, ସିଆଇଟି, ଏଚ୍ଏମ୍ଏସ୍, ଏଆଇଟିୟୁସି, ଆଇଏନ୍ଟିୟୁସି, ଏଲ୍ପିଏଫ୍ଙ୍କ ମିଳିତ ଆହ୍ଵାନରେ ଆସନ୍ତା ଅଗଷ୍ଟ ୭ ତାରିଖ ଦିନ ୨୪ ଘଣ୍ଟିଆ ପରିବହନ ଧର୍ମଘଟ କରାଯିବ। ଅଖିଳ ଓଡ଼ିଶା କର୍ମଚାରୀ ମହାସଂଘ ପକ୍ଷରୁ ଏନେଇ ଶ୍ରମିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମୋଟରଯାନ ଆଇନ ୧୯୮୮ର ସଂଶୋଧନ ବିଲ୍ର ପ୍ରତ୍ୟାହାର ଦାବି କରି ଏହି ଧର୍ମଘଟ ପାଳନ କରାଯିବ। ଡିଜେଲ ଦର ବୃଦ୍ଧି, ଯନ୍ତ୍ରପାତିର ଦରବୃଦ୍ଧି ଓ ଥାର୍ଡ ପାର୍ଟି ଇନ୍ସ୍ୟୁରାନ୍ସ ରାଶି ବୃଦ୍ଧି ବିରୋଧରେ ଏହି ଧର୍ମଘଟ ହେବ। ପରିବହନ ଶ୍ରମିକଙ୍କ ପାଇଁ ସାମାଜିକ ନିରାପତ୍ତା ଦାବିରେ ଲକ୍ଷ ଲକ୍ଷ ଅଟୋ, ଟ୍ୟାକ୍ସି, ବସ୍, ଟ୍ରକ, ଟ୍ୟାଙ୍କର ଗାଡ଼ିର ଶ୍ରମିକମାନେ ଧର୍ମଘଟରେ ସାମିଲ୍ ହେବେ। ଅଗଷ୍ଟ ୭ ତାରିଖ ପୂର୍ବରୁ ସାରା ରାଜ୍ୟରେ ପ୍ରଚାର ଅଭିଯାନ କରାଯିବ। ଶ୍ରମିକ ଓ ମାଲିକମାନଙ୍କର ରାଜ୍ୟସ୍ତରରେ ଓ ଆଞ୍ଚଳିକସ୍ତରରେ ମିଳିତ ବୈଠକ କରାଯାଇ ଧର୍ମଘଟ ପାଇଁ ଆହ୍ଵାନ ଦିଆଯିବ ବୋଲି ଟ୍ରାନ୍ସପୋର୍ଟ ଫେଡେରେସନର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି। ସର୍ବଭାରତୀୟ ଫେଡେରେସନର ଉପସାଧାରଣ ସମ୍ପାଦକ ଆର୍. ଲକ୍ଷ୍ମେୟା ବୈଠକରେ ଯୋଗ ଧର୍ମଘଟର ଗୁରୁତ୍ୱ ସମ୍ପର୍କରେ କହିଥିଲେ। ଆଜିର ଏହି ବୈଠକରେ ଟ୍ରକ ମାଲିକମାନଙ୍କ ଧର୍ମଘଟକୁ ସମର୍ଥନ ଦିଆଯାଇଛି। ଧର୍ମଘଟକୁ ସଫଳ କରିବା ପାଇଁ ରାଜ୍ୟର ସମସ୍ତ ପରିବହନ ମାଲିକ, ଅଟୋ, ଟ୍ୟାକ୍ସି ମାଲିକ, ଟ୍ରକ୍ ମାଲିକଙ୍କୁ ଅନୁରୋଧ କରାଯାଇଛି। ତା’ ସହ ରାଜ୍ୟର ସମସ୍ତ ଅଟୋମାଲିକ, ଶ୍ରମିକ, ବସ୍, ଟ୍ରକ, ଟ୍ୟାଙ୍କର ଶ୍ରମିକମାନେ ଧର୍ମଘଟରେ ଭାଗ ନେବାକୁ ନିବେଦନ କରାଯାଇଛି। ଆଜିର ଏହି ବୈଠକରେ ମୟୁରଭଂଜ, ସୁନ୍ଦରଗଡ଼, ବାଲେଶ୍ୱର, ଜଗତସିଂହପୁର, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ଅଗଷ୍ଟ ୭ରେ ୨୪ ଘଣ୍ଟିଆ ପରିବହନ ଧର୍ମଘଟ
/sambad/media/post_attachments/wp-content/uploads/2018/01/Strike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)