ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ରାଜଧାନୀ ଭୁବନେଶ୍ୱରରେ ଆଜି ଉଗ୍ର ରୂପ ଦେଖାଇଛି । ଆଜି ରାଜଧାନୀରୁ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ନୂଆ ଚିହ୍ନଟ ୨୪୮ ଜଣଙ୍କ ମଧ୍ୟରୁ ୨୦୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଅପରପକ୍ଷେ ଭୁବନେଶ୍ୱରରୁ ଆଜି ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
/sambad/media/post_attachments/wp-content/uploads/2020/07/EdsL1yIU0AMkeNP-658x1024.jpg)
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୭୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏଥିରୁ ୮୩୪ ଜଣ ସୁସ୍ଥ ହୋଇଥିବା ବେଳେ ୮୭୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ କରୋନାରେ ଆକ୍ରାନ୍ତ ୧୧ ଜଣ ରୋଗୀଙ୍କର ମୃତ୍ୟୁ ହୋଇସାରିଛି ।
/sambad/media/post_attachments/wp-content/uploads/2020/07/EdsL27EUEAAvjJ7-658x1024.jpg)
ଗତକାଲି ଓ ଜୁଲାଇ ୨୨ ତାରିଖରେ ମଂଚେଶ୍ୱରସ୍ଥିତ ଏକ ଅଟାକଳରୁ ୬୦ରୁ ଉର୍ଦ୍ଧ୍ୱ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ବିଜେବି ନଗରସ୍ଥିତ ହରି ନଗର ଅନ୍ତର୍ଗତ ମହୀଷିଖାଲ ବସ୍ତିରୁ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସମସ୍ତେ ଜଣେ ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ଦେଇଛି ବିଏମସି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/50e52959-5d5f-4f79-b8c8-25ff73da8ab4.jpg)