କଟକ ସହରରୁ ଆଜି ୨୪୮ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ

କଟକ: ଆଜି କଟକ ସହରରୁ ମୋଟ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୯ ଜଣ ଥିବା ବେଳେ ୧୪୯ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ଆକ୍ରାନ୍ତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସିଏମସିର ସୂଚନା ଅନୁସାରେ ସରକାରୀ ସଂଗରୋଧରୁ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଜଣେ କୋଭିଡ ଯୋଦ୍ଧା, ୨୧ ଜଣ ପୁରୁଷ ଓ ୧୦ ଜଣ ମହିଳା ଅଛନ୍ତି । ଗୃହ ସଂଗରୋଧରୁ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସ୍ଥାନୀୟ ସଂକ୍ରମଣ ଯୋଗୁଁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବିଡାନାସୀରୁ ୧୦ ଜଣ ଅଛନ୍ତି । ସେହିଭଳି ମହାନଦୀ ବିହାର, ଚାଉଳିଆଗଂଜରୁ ୯ ଜଣ ଲେଖାଏଁ, ନୟାବଜାରରୁ ୮ ଜଣ, ମଙ୍ଗଳାବାଗରୁ ୭ ଜଣ, ସିଡିଏ ସେକ୍ଟର-୧୧ରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ କଟକ ସହରରୁ ମୋଟ ୮ ହଜାର ୪୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୬ ହଜାର ୨୫୫ ଜଣ ସୁସ୍ଥ ହୋଇଥିବା ବେଳେ ୨ ହଜାର ୧୭୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ୩୬ ଜଣଙ୍କର ପ୍ରାଣହାନୀ ଘଟିଛି ।

ସମ୍ବନ୍ଧିତ ଖବର