ଭୁବନେଶ୍ୱର: ସ୍ବେଚ୍ଛାସେବୀ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନ କସ୍ତୁରୀର ୨୪ତମ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଅବିଦ୍ ଅଲ୍ଲୀ ଖାନ୍, ଓଡିଏମ୍ ପବ୍ଲିକ ସ୍କୁଲ୍ର ଶଶିକାନ୍ତ ରାଉତ, ଜୟଆଲୁକାସ ଜୁଏଲାରିର ଶାଖା ପରିଚାଳକ ସୁବାସ.ଏମ, ଗୀତା ମିଶ୍ର, ଦେବାଶିଷ ମିଶ୍ର, ବିଶ୍ୱନାଥ ପଟ୍ଟନାୟକ, ରାଜେଶ ରାଜ୍ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଭାସ୍କର ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଦେଇଥିଲା ବେଳେ ବିଶ୍ୱନାଥ ଶତପଥୀ ପରିଚାଳନା କରିଥିଲେ। ଉତ୍ସବରେ ଡିପିଏସ୍ର ଶାଶ୍ୱତୀ ପ୍ରିୟଦର୍ଶିନୀ, ସାର୍ଥକ ଦ୍ୱିବେଦୀ, ୟୁନିଟ-୮ ଡିଏଭି ସ୍କୁଲର ଅସିତ୍ କୁମାର ପୃଷ୍ଟି, ଜୟଦେବ ଶିକ୍ଷା କେନ୍ଦ୍ରର ସାଇ ସ୍ମିତା ପାଣିଗ୍ରାହୀ, ଶ୍ରେୟାନ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଦଧିବାମନ ରାଉତରାୟ ଓ ବାସନ୍ତୀ ରାଉତରାୟ ସମ୍ମାନରେ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ସୁଶ୍ରୀ ଅଙ୍କିତା ଧନ୍ୟବାଦ ଦେଇଥିଲେ। ଆସନ୍ତା ୧୫ ତାରିଖରେ ଅନୁଷ୍ଠାନ ପକ୍ଷରୁ ଜୟଦେବ ଭବନଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି। ଏଥିପାଇଁ ୯୪୩୭୨୦୭୧୧୪ ଓ ୯୩୩୭୧୨୬୦୭୩ ନମ୍ବରରେ ଯୋଗାଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/51-2.jpg)