ସ୍କୁଲରେ ୨୫ଲକ୍ଷ ଘୋଟାଲା

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ଶିଳ୍ପାଞ୍ଚଳ ବିଦ୍ୟାଳୟରେ ୨୫ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନକଲି ରସିଦ୍‌ ପ୍ରସ୍ତୁତ କରି ଏଭଳି ହେରଫେର୍‌ କରାଯାଇଥିବା ପରିଚାଳନା ସମିତି ପକ୍ଷରୁ ସଭାପତି ପ୍ରଫୁଲ୍ଲ ସ୍ବାଇଁ, ସୁରେନ୍ଦ୍ର ମହାନ୍ତି, ବସନ୍ତ ଦାସ, ନିହାର ରଞ୍ଜନ ପତି, ଆରତୀ ନାୟକ ପ୍ରମୁଖ ମଞ୍ଚେଶ୍ବର ଥାନାରେ ଏତଲା ଦେଇଛନ୍ତି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଏହାକୁ କେନ୍ଦ୍ର କରି ଇଡ୍‌କୋ ଗତବର୍ଷ ବିଦ୍ୟାଳୟକୁ ଅନୁଦାନ ବନ୍ଦ କରି ଦେଇଥିବାରୁ କର୍ମଚାରୀ ଓ ଶିକ୍ଷକ ୩ ମାସ ହେଲା ଦରମା ପାଇନାହାନ୍ତି। ସେହିପରି ସ୍କୁଲ ବନ୍ଦ ହେବା ପରିସ୍ଥିତି ଉପୁଜିଥିବାରୁ ଅଭିଭାବକ ବି ଚିନ୍ତାରେ। ଏହି ଘଟଣାକୁ ନେଇ ସମସ୍ତ ଅଭିଭାବକଙ୍କ ସହ ସମିତି ରାଜରାସ୍ତାକୁ ଓହ୍ଲାଇବ ବୋଲି ଜଣାପଡ଼ିଛି। ପୁଲିସ୍‌ ମାମଲାର ତଦନ୍ତ କରୁଥିବା‌ କହିଥିବା ବେଳେ ସମ୍ପାଦକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ।

ସମ୍ବନ୍ଧିତ ଖବର