ଏନ୍‍ଏମ୍‍ ପ୍ଲେ ସ୍କୁଲରୁ ୨୫ୟୁନିଟ୍‍ ରକ୍ତ ସଂଗ୍ରହ

ପୁରୁଣା ଭୁବନେଶ୍ୱର: ଆମ ଓଡ଼ିଶା ଓ ନୟନ ମେମୋରିଆଲ୍‌ ଚାରି‌ଟେବଲ୍‌ ଟ୍ରଷ୍ଟ ସହଯୋଗରେ ଭୀମଟାଙ୍ଗି ଏନ୍‍ଏମ୍‍ ପ୍ଲେ’ ସ୍କୁଲ୍‌ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିସରରେ ଆୟୋଜିତ ଏହି ଶିବିରରୁ ମୋଟ ୨୫ୟୁନିଟ୍‍ ରକ୍ତ ସଂଗୃହୀତ ହୋଇଛି। କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରସନ୍ନ ମହାସୁଆର, ସମ୍ପାଦକ ସଂଘମିତ୍ରା ପ୍ରହରାଜ, ସ୍କୁଲ ଅଧ୍ୟକ୍ଷା ଲୋପାମୁଦ୍ରା ପ୍ରହରାଜ, ନିର୍ଦେଶିକା ଶ୍ରଦ୍ଧାଞ୍ଜଳି ଆଚାର୍ଯ୍ୟ, ସଂଯୋଜକ ପ୍ରଶାନ୍ତ ରଥ, ସନ୍ଧ୍ୟାରାଣୀ ସ, ନମିତା ପାତ୍ର, ଶୁଭଶ୍ରୀ ପ୍ରିୟଦର୍ଶନୀ, ଭାରତୀ ସୁବୁଦ୍ଧି, ସୁଷମା ପୃଷ୍ଟି, ଝୁନା ସାହୁ, ସୁଶ୍ରୀ ଯାଜ୍ଞସେନୀ ପ୍ରମୁଖ ପରିଚାଳନା କରିଥିଲେ। ସମ୍ୱାଦିକ ଲିଙ୍ଗରାଜ ସାହୁ ଏହାକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର