ଭୁବନେଶ୍ୱର: ତିନି ଦିନରେ ୨୫୦୦ ନମୁନା ସଂଗ୍ରହ ହେଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଗତ ୩ ଦିନରେ ପ୍ରାୟ ୨୫୦୦ ନମୁନା ସଂଗ୍ରହ ହୋଇପାରିଛି । ଏଥି ପାଇଁ ଭୁବନେଶ୍ୱର ମହାନଗର ନିଗମ ଓ ସ୍ବାସ୍ଥ୍ୟ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ । ବିଏମସି ଓ ହେଲ୍ଥ ଓଡ଼ିଶାକୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଟୁଇଟ ଜରିଆରେ ସେ ରାଜଧାନୀର ବିଭିନ୍ନ ଅଂଚଳର ନାଗରିକ ସଂଘ, ପୂଜା କମିଟି, ଘରୋଇ କ୍ଲିନିକ ଓ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ରାଜ୍ୟ ସରକାର ଗୋଟିଏ ସପ୍ତାହରେ ୫୦୦୦ ଟେଷ୍ଟିଂ ଲକ୍ଷ୍ୟ ରଖିଛନ୍ତି । ଏଥିରୁ ପ୍ରଥମ ତିନି ଦିନରେ ପ୍ରାୟ ୨୫୦୦ ଟେଷ୍ଟିଂ ହୋଇଥିବା ବେଳେ ଆଗାମୀ ୪ ଦିନ ମଧ୍ୟରେ ବାକି ୨୫୦୦ ଟେଷ୍ଟିଂ କରାଯିବ । ଯାହା ଅନୁମାନ କରାଯାଉଛି  ଏକ ସପ୍ତାହ ମଧ୍ୟରେ ଲକ୍ଷ୍ୟ ଠାରୁ ମଧ୍ୟ ଅଧିକ ଟେଷ୍ଟିଂ ହୋଇପାରେ ।

ସମ୍ବନ୍ଧିତ ଖବର