ଭୁବନେଶ୍ବର: ବିପିୟୁଟି ଅଧୀନ କଲେଜ ଅଫ୍ ଆଇଟି ଆଣ୍ଡ୍ ମ୍ୟାନେଜମେଣ୍ଟ ଏଜୁକେସନ(ସିଆଇଏମ୍ଇ)ର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ବିପିୟୁଟି କୁଳପତି ଅମିୟ କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ କର୍ମନିଯୁକ୍ତି ଉପରେ ଆଲୋକପାତ କରିବା ସହ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଏସ୍ଆଇପି, ଇଣ୍ଟର୍ନ ଓ ପ୍ଲେସ୍ମେଣ୍ଟରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ସଂକଳ୍ପ କରିଥିବାରୁ ସାଧୁବାଦ ଜଣାଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଦୀପକ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ କାନାରା ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଏଜିଏମ୍ ରୀତା ଦାଶ, ବିପିୟୁଟି ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ ସଦସ୍ୟ ଆର୍ଯ୍ୟ ପଟ୍ଟନାୟକ, ପୂର୍ବତନ ଅଧ୍ୟକ୍ଷ ପ୍ରତାପରୁଦ୍ର ପଟ୍ଟନାୟକ, ପ୍ରଫେସର ଅଜିତ କୁମାର ଦାସ, ପ୍ରଫେସର ଶକ୍ତିରଞ୍ଜନ ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ କୁଳପତି ପ୍ରଫେସର ରଥ ଶିକ୍ଷାନୁଷ୍ଠାନର ପାଞ୍ଚ ବର୍ଷିଆ ବିକାଶ ଯୋଜନା ଓ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ପୁସ୍ତିକା ଉନ୍ମୋଚନ କରିଥିଲେ। ଓଡ଼ିଶା କ୍ୟାପିଟାଲ ମାର୍କେଟ ପରିଚାଳନା ନିର୍ଦ୍ଦେଶକ ଥୋମାସ ମାଥ୍ୟୁ, କାନାରା ବ୍ୟାଙ୍କର ବରିଷ୍ଠ ପରିଚାଳକ ପ୍ରୀତିଶ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଏମ୍ବିଏ ବିଭାଗ ମୁଖ୍ୟ ଦେବାଶିଷ ମହାନ୍ତି ବାର୍ଷିକ ବିବରଣୀ, ପ୍ରଫେସର ବିଦ୍ୟା ଦାଶ କାର୍ଯ୍ୟକ୍ରମ ପରିଚାଳନା ଓ ପ୍ରଫେସର ରାଜଲକ୍ଷ୍ମୀ ମିଶ୍ର ଧନ୍ୟବାଦ ଦେଇଥିଲେ।
‘ସାଇମ୍’ର ୨୫ତମ ପ୍ରତିଷ୍ଠା ଦିବସ
ବିପିୟୁଟି ଅଧୀନ କଲେଜ ଅଫ୍ ଆଇଟି ଆଣ୍ଡ୍ ମ୍ୟାନେଜମେଣ୍ଟ ଏଜୁକେସନ(ସିଆଇଏମ୍ଇ)ର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ବିପିୟୁଟି କୁଳପତି ଅମିୟ କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ କର୍ମନିଯୁକ୍ତି ଉପରେ...
/sambad/media/media_files/2025/08/06/untitled-9-2025-08-06-07-18-00.jpg)