ବାରଙ୍ଗ: ନନ୍ଦନକାନନରେ ଏକାକୀ ଥିବା ସାରସ ପକ୍ଷୀ ଓ ଚନ୍ଦନ ବୋଡ଼ାଙ୍କୁ ସାଥୀ ମିଳିଛି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ରାଜ୍ୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ହାଇଦ୍ରାବାଦ ନେହରୁ ଚିଡ଼ିଆଖାନା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ହାଇଦ୍ରାବାଦସ୍ଥିତ ନେହରୁ ଚିଡ଼ିଆଖାନାରୁ ୫ପ୍ରଜାତିର ୨୬ ଜୀବ ଆସିଛନ୍ତି। ଆସିଥିବା ଜୀବଙ୍କ ମଧ୍ୟରେ ୨ଟି ଚାମୁଚ ଥଣ୍ଟିଆ ପକ୍ଷୀ, ୨ ସାରସ, ୨ ଧୂସର ଜଙ୍ଗଲୀ କୁକୁଡ଼ା, ୨ମାଈ ଇଗୁଆନା, ୪ଟି ବରବେରୀ କପୋତ, ୪ କୁଜି ହରିଣ, ୨ ଗୁରାଣ୍ଡି, ୨ ବାଲି ବୋଡ଼ା ସାପ, ୨ ଚନ୍ଦନ ବୋଡ଼ା, ୨ ନାଲି ଦୋମୁଣ୍ଡିଆ ବୋଡ଼ା, ୨ଟି ଅଣ୍ଡିରା ବନେଟ୍ ମାଙ୍କଡ଼ ଆସିଛନ୍ତି।
ହାଇଦ୍ରାବାଦରୁ ଆସିଥିବା ୧୭ଜଣିଆ କର୍ମଚାରୀ ଦଳ ଜୀବମାନଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଦଳ ୨୬ତାରିଖରେ ପ୍ରତିବଦଳରେ ସିଆମିଜ କୁମ୍ଭୀର (୧ଅଣ୍ଡିରା ଓ ୨ମାଈ ), ୨ଟି ସୁନେଲି କୁକୁଟ, ୨ଟି ଲେଡି ଆମସେଟ୍ କୁକୁଟ, ୨ଟି କୁଜି ହରିଣ, ୨ଟି ଗୁରାଣ୍ଡିଙ୍କୁ ସାଥୀରେ ଧରି ପ୍ରତ୍ୟାବର୍ତ୍ତନ କରିବେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ ନାରାୟଣ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ହାଇଦ୍ରାବାଦରୁ ୨ଟି ମାଈ ବନେଟ୍ ମାଙ୍କଡ଼ ଆସିବାକୁ ଅଛି। ପ୍ରତିବଦଳରେ ନନ୍ଦନକାନନରୁ ୪ଟି ଲମ୍ବା ଥଣ୍ଟିଆ ବଗ ଓ ୪ଟି ଆସାମୀଜ ମାଙ୍କଡ଼ ଦିଆଯିବ। ଆଜି ଆସିଥିବା ଜୀବଙ୍କ ମଧ୍ୟରେ ଧୂସର ଜଙ୍ଗଲୀ କୁକୁଡ଼ା ନନ୍ଦନକାନନର ନୂଆ ପ୍ରଜାତି। ନନ୍ଦନକାନନରୁ ସମବଂଶୀ ରକ୍ତଜକୁ ରୋକି ବଂଶ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅନ୍ୟ ପ୍ରାଣୀମାନଙ୍କୁ ଅଣାଯାଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/26/Q6s2rlaGoUbesUMAZo2Y.jpg)