ଭୁବନେଶ୍ବର: ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତରେ ଖୋର୍ଦ୍ଧା ଜିଲ୍ଲାର ୬୨ଟି ସରକାରୀ ଉଚ୍ଚ ବିଦ୍ୟାଳୟ (ହାଇସ୍କୁଲ)କୁ ରୂପାନ୍ତରିତ କରାଯାଇଛି। ଏଥିରେ ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ବ୍ଲକ ଅଧୀନ ୨୮ଟି ସରକାରୀ ହାଇସ୍କୁଲ ରହିଛି। ବରମୁଣ୍ଡାସ୍ଥିତ ସରକାରୀ ନୋଡାଲ ହାଇସ୍କୁଲରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ, ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଅରବିନ୍ଦ ଢାଲି, ବିଏମସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନ ସିଂ, ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ସିଇଓ, ଭୁବନେଶ୍ବର ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ରୂପାନ୍ତରଣରେ ସାମିଲ ହୋଇଥିବା ହାଇସ୍କୁଲଗୁଡ଼ିକ ହେଲା ପ୍ରଶାନ୍ତି ବିହାରସ୍ଥିତ ବିଜୁ ପଟ୍ଟନାୟକ ମେମୋରିଆଲ ହାଇସ୍କୁଲ, ପଟିଆସ୍ଥିତ ଏସଏନ ସରକାରୀ ହାଇସ୍କୁଲ, ଚନ୍ଦ୍ରଶେଖରପୁର-୧ ସ୍ଥିତ ରେଳ ବିହାର ସରକାରୀ ହାଇସ୍କୁଲ, ଫୁଲନଖରାସ୍ଥିତ ଲାଲ ବାହାଦୁର ସରକାରୀ ହାଇସ୍କୁଲ, ପଳାଶୁଣି ସରକାରୀ ହାଇସ୍କୁଲ, ବାଣୀବିହାରସ୍ଥିତ ୟୁନିଭରସିଟି ହାଇସ୍କୁଲ, ଯଦୁପୁରସ୍ଥିତ ସୟଦ ମମତାଜ ଅଲ୍ଲି ସରକାରୀ ହାଇସ୍କୁଲ, ଭିଏସଏସନଗର ସରକାରୀ ହାଇସ୍କୁଲ, ବରମୁଣ୍ଡା ସରକାରୀ ନୋଡାଲ ହାଇସ୍କୁଲ, ବରମୁଣ୍ଡା ମ୍ୟୁନିସିପାଲିଟି ହାଇସ୍କୁଲ, ୟୁନିଟ-୪ ସରକାରୀ ବାଳିକା ହାଇସ୍କୁଲ, ୟୁନିଟ-୮ ପାୱାର ହାଉସ କଲୋନିସ୍ଥିତ ସରକାରୀ ନୋଡାଲ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ, ଚିନ୍ତାମଣିଶ୍ବର ଓ ୟୁନିଟ-୬ ସରକାରୀ ସ୍କୁଲ, ୟୁନିଟ-୧ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ହରିହର ସରକାରୀ ହାଇସ୍କୁଲ, ସରକାରୀ ଉଚ୍ଚ ବିଦ୍ୟାଳୟ ଗୌତମ ନଗର, କପିଳପ୍ରସାଦ ମ୍ୟୁନିସିପାଲ ହାଇସ୍କୁଲ, କପିଳେଶ୍ବର ସରକାରୀ ହାଇସ୍କୁଲ, ସାମନ୍ତରାପୁରସ୍ଥିତ ମା’ ଭୁଆସୁଣୀ ସରକାରୀ ହାଇସ୍କୁଲ, ଖଣ୍ଡଗିରି ତପୋବନ ହାଇସ୍କୁଲ, ପାତ୍ରପଡ଼ା ସରକାରୀ ହାଇସ୍କୁଲ, ସରକାରୀ ହାଇସ୍କୁଲ ଭଗବାନପୁର। ସେହିପରି ଭୁବନେଶ୍ବର ବ୍ଲକର ଦାରୁଠେଙ୍ଗ ସରକାରୀ ହାଇସ୍କୁଲ, ନାଁପୁଟସ୍ଥିତ ନୀଳକଣ୍ଠ ସରକାରୀ ହାଇସ୍କୁଲ, ନୃସିଂହନାଥ ଦେବ ସରକାରୀ ହାଇସ୍କୁଲ, ଲିଙ୍ଗିପୁରସ୍ଥିତ ଜେମାଦେବୀ ହାଇସ୍କୁଲ ରୂପାନ୍ତରିତ ହୋଇଛି।