ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍ ୨୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୮୯ ଜଣ ସଂଗରୋଧ ଓ ୧୯୨ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
/sambad/media/post_attachments/wp-content/uploads/2020/10/EkM-J1AVkAIbOTf-844x1024.jpg)
ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୬ ହଜାର ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୨ ହଜାର ୫୨୫ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୩୪୮ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୨୨ ଜଣଙ୍କର ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2020/10/EkM-KyPUwAAYqRU-694x1024.jpg)
ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ପଟିଆରୁ ୭ ଜଣ, ଚିନ୍ତମଣିଶ୍ୱରରୁ ୬ ଜଣ, ଆଚାର୍ଯ୍ୟ ବିହାର, ଆଇଆରସି ଭିଲେଜ, ନିଳାଦ୍ରୀ ବିହାରରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଖଣ୍ଡଗିରି, ୟୁନିଟ-୮ରୁ ୪-୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଚନ୍ଦ୍ରଶେଖରପୁରରୁ ୯ ଜଣ, ବିଜେବି ନଗର, ଝାରପଡ଼ା, ଚିନ୍ତାମଣିଶ୍ୱରରୁ ୮ ଜଣ ଲେଖାଏଁ, ନୟାପଲ୍ଲୀରୁ ୭ ଜଣ, ବରମୁଣ୍ଡାରୁ ୬ ଜଣ, ଲକ୍ଷ୍ମୀସାଗର, ଶୈଳଶ୍ରୀ ବିହାରରୁ ୫-୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/bbsr-8.jpg)