‌‌ଲୋକସେବା ଭବନରେ ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଠକେଇ

ଅଭିଯୋଗର ମାସକ ପରେ ବି ମାମଲା ରୁଜୁ କରୁନି ପୁଲିସ

ବାଲିଅନ୍ତା: ଲୋକସେବା ଭବନରେ ସ୍ଥାୟୀ ନିଯୁକ୍ତି କରାଇ ଦେବାକୁ କହି ଜଣେ ଠକ ବାଲିଅନ୍ତା ଥାନା ଅଞ୍ଚଳର ୪ଜଣ ବେକାର ଯୁବକ ଯୁବତୀଙ୍କଠାରୁ ୨ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଛି। ଠକାମିର ଶିକାର ଯୁବକ/ଯୁବତୀଙ୍କ ଅଭିଭାବକ ଏନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗକୁ ଇତିମଧ୍ୟରେ ମାସେ ବିତି ଯାଇଥିଲେ ହେଁ ପୁଲିସ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏପରିକି ପୁଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତ ନାମରେ ମାମଲା ମଧ୍ୟ ରୁଜୁ କରିନାହିଁ ବୋଲି ଅଭିଯୋଗ ହୋଇଛି। ତେଣୁ ଏହାକୁ ନେଇ ପୁଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ସପ୍ତାହକ ମଧ୍ୟରେ ବାଲିଅନ୍ତା ଥାନା ପୁଲିସ ଦଲାଲକୁ ଗିରଫ କରିବା କିମ୍ବା ତା’ଠାରୁ ଟଙ୍କା ଫେରସ୍ତ କରିବା ଦିଗରେ ପଦକ୍ଷେପ ନ ନେଲେ, ସଂପୃକ୍ତ ଯୁବକ/ଯୁବତୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ପୁଲିସ କମିସନରଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ଅଭିଯୋଗ ମୁତାବକ, ନୂଆପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜ ଅଞ୍ଚଳରେ ରହୁଥିବା ମନୋଜ କୁମାର ସାହୁ (୨୭) ଲୋକସେବା ଭବନରେ ବିଭିନ୍ନ ବିଭାଗରେ ଚାକିରି କରାଇ ଦେବାକୁ କହି ସ୍ଥାନୀୟ ସୁଭାଲୋ ଗ୍ରାମର ମଧୁସୂଦନ ସ୍ବାଇଁ (୨୧), ଭିଙ୍ଗାରପୁରଶାସନ ଗ୍ରାମର ସୁବ୍ରତ ପ୍ରଧାନ ଓ ମନୀଷା ସାହୁଙ୍କ ସମେତ ତାଙ୍କର ଅନ୍ୟ ଜଣେ ସଂପର୍କୀୟ ଭଉଣୀଙ୍କଠାରୁ ୫୦ହଜାର ଲେଖାଏଁ ଟଙ୍କା ଠକି ନେଇଥି‌ଲେ।

ସମ୍ବନ୍ଧିତ ଖବର