ଯୁକ୍ତ୩ ନାମଲେଖା ପାଇଁ ଆବେଦନ ଆରମ୍ଭ, ରାଜଧାନୀର ୨୮ କଲେଜରେ ୮୨୦୮ ସିଟ୍
ଭୁବନେଶ୍ବର: ଯୁକ୍ତ୩ କଲେଜରେ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି। ୨୦୧୯-୨୦ ଶିକ୍ଷାବର୍ଷରେ ଭୁବନେଶ୍ବରର ୨୮ଟି ଯୁକ୍ତ୩ କଲେଜର ୮ ହଜାର ୨୦୮ ସିଟ୍ ପାଇଁ ନାମଲେଖା ଅନୁଷ୍ଠିତ ହେବ। କଳା ବିଭାଗରେ ୩ ହଜାର ୭୨ ସିଟ୍ ଥିବା ବେଳେ ଫିଜିକାଲ ସାଇନ୍ସରେ ୧୮୧୬, ବାୟୋଲୋଜିକାଲ ସାଇନ୍ସରେ ୧୦୭୨, ବାଣିଜ୍ୟରେ ୨୦୮୦ ଓ ସେଲ୍ଫ ଫାଇନାନ୍ସି˚ର ୧୬୮ ସିଟ୍ରେ ନାମଲେଖା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍ରେ ଉଲ୍ଲେଖ ହୋଇଛି। ପ୍ରତିବର୍ଷ କଟ୍ ଅଫ୍ ମାର୍କ ବଢ଼ୁଥିବାରୁ ଏଥର ମଧ୍ୟ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବା ପୂର୍ବରୁ ବିଗତବର୍ଷଗୁଡ଼ିକର କଟ୍ ଅଫ୍ ମାର୍କ ଭଲ ଭାବେ ଦେଖି ଆବେଦନ କରିବାକୁ ଶିକ୍ଷାବିତ୍ମାନେ ପରାମର୍ଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୮-୧୯ ଶିକ୍ଷାବର୍ଷରେ ଯୁକ୍ତ୩ କଟ୍ ଅଫ୍ ମାର୍କ ତାଲିକାରେ ବିଜେବି ସ୍ବୟ˚ଶାସିତ ମହାବିଦ୍ୟାଳୟ ରାଜ୍ୟରେ ଆଗରେ ରହିଥିଲା। ସବୁ ବିଭାଗରେ ଏହି କଲେଜର କଟ୍ ଅଫ୍ ମାର୍କ ଅଧିକ ରହିଥିବା ବେଳେ ବିଜ୍ଞାନରେ ବେସିକ୍ ସାଇନ୍ସ କଲେଜ ଭୁବନେଶ୍ବରରେ ଦ୍ବିତୀୟ ସ୍ଥାନରେ ରହିଥିଲା। ଗତବର୍ଷ ବିଜେବି ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଭୂଗୋଳରେ କଟ୍ ଅଫ୍ ମାର୍କ ୮୯.୮୦% ରହିଥିବା ବେଳେ ଇ˚ରାଜୀରେ ୮୦.୩୩% ରହିଥିଲା। କଳା ବିଭାଗର ଅନ୍ୟ ବିଷୟଗୁଡ଼ିକରେ କଟ୍ ଅଫ୍ ମାର୍କ ୮୦ ପ୍ରତିଶତ ତଳେ ରହିଥିଲା। ବିଜ୍ଞାନ ବିଭାଗର ୫ଟି ବିଷୟର କଟ୍ ଅଫ୍ ମାର୍କ ୯୦% ଉପରେ ରହିଥିଲା। ବାୟୋ-ଟେକ୍ନୋଲୋଜିରେ ୮୬.୨୦% ରହିଥିବା ବେଳେ କମ୍ପ୍ୟୁଟର ସାଇନ୍ସରେ ୮୭.୬୦% ଥିଲା। ବେସିକ୍ ସାଇନ୍ସ କଲେଜରେ ଫିଜିକ୍ସରେ ୯୦.୮୦% ରହିଥିବା ବେଳେ ଗଣିତରେ ୯୦.୬୦, କେମେଷ୍ଟ୍ରିରେ ୮୯.୩୩, ପ୍ରାଣୀବିଜ୍ଞାନରେ ୮୯, ଉଦ୍ଭିଦ ବିଜ୍ଞାନରେ ୮୫.୫୦% ରହିଥିଲା। ବାୟୋ-ଟୋକ୍ନୋଲୋଜିରେ ୮୦.୬୦%, ମାଇକ୍ରୋ-ବାୟୋଲୋଜିରେ ୮୦.୬୭%, କମ୍ପ୍ୟୁଟର ସାଇନ୍ସରେ ୮୦.୧୭% ଥିଲା। ରାଜଧାନୀ କଲେଜର ଇ˚ରାଜୀରେ ୭୭%, ରାଜନୀତି ବିଜ୍ଞାନରେ ୭୧%, ଅର୍ଥନୀତିରେ ୭୫.୮୦% କଟ୍ ଅଫ୍ ମାର୍କ ରହିଥିଲା।
ବେସିକ୍ ସାଇନ୍ସ କଲେଜର ଫିଜିକାଲ ସାଇନ୍ସର ୬୪ ଓ ବାୟୋଲୋଜିକାଲ ସାଇନ୍ସର ୪୮ ସିଟ୍ ଓ ସେଲ୍ଫ ଫାଇନାନ୍ସି˚ର ୧୧୨ ସିଟ୍ରେ ନାମଲେଖା ହେବ। ରାଜଧାନୀ କଲେଜର କଳାରେ ୨୫୬, ଫିଜିକାଲ ସାଇନ୍ସର ୬୪ ଓ ବାୟୋଲୋଜିକାଲ ସାଇନ୍ସର ୬୪, ବାଣିଜ୍ୟର ୧୨୮ ସିଟ୍, ବିଜେବି ସ୍ବୟ˚ଶାସିତ କଲେଜର କଳାରେ ୫୧୨, ଫିଜିକାଲ ସାଇନ୍ସର ୧୨୦, ବାୟୋଲୋଜିକାଲ ସାଇନ୍ସର ୬୪, ବାଣିଜ୍ୟର ୨୫୬ ଓ ସେଲ୍ଫ ଫାଇନାନ୍ସି˚ର ୫୬ ସିଟ୍ରେ ନାମଲେଖା କରାଯିବ। ଦେବରାୟ କଲେଜର କଳାରେ ୨୫୬, ଫିଜିକାଲ ସାଇନ୍ସର ୧୨୮ ଓ ବାୟୋଲୋଜିକାଲ ସାଇନ୍ସର ୪୮ ଓ ବାଣିଜ୍ୟରେ ୧୨୮, ଏକାମ୍ର କଲେଜର କଳାରେ ୨୫୬, ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍ସର ୬୪ଟି ଲେଖାଏ ସିଟ୍, ବାଣିଜ୍ୟରେ ୨୫୬, ଶ୍ରୀ ସତ୍ୟସାଇ କଲେଜର କଳାରେ ୧୨୮, ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍ସରେ ୩୨ଟି ଲେଖାଏ ସିଟ୍ରେ ନାମଲେଖା ହେବ।
ସେହିପରି କମଳା ନେହେରୁ ମହିଳା କଲେଜର କଳାରେ ୨୫୬, ଫିଜିକାଲ ସାଇନ୍ସର ୪୮ ଓ ବାୟୋଲୋଜିକାଲ ସାଇନ୍ସର ୧୬, ବାଣିଜ୍ୟରେ ୬୪, ବିଜୁ ପଟ୍ଟନାୟକ କଲେଜ ଅଫ୍ ସାଇନ୍ସ ଆଣ୍ତ ଏଜୁକେସନର କଳାରେ ୧୯୨, ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍ସର ୯୬ ଲେଖାଏ ସିଟ୍ ଓ ବାଣିଜ୍ୟର ୧୯୨ ସିଟ୍ରେ ନାମଲେଖା ହେବ। ସାଇ ଇଣ୍ଟରନ୍ୟାସନାଲ କଲେଜ ଅଫ୍ କମର୍ସ ଆଣ୍ତ ଇକୋନୋମିକ୍ସର ବାଣିଜ୍ୟରେ ୧୨୮, ସିଟି ଓମେନ୍ସ ଓ ମହର୍ଷି ମହିଳା କଲେଜର ୧୨୮ ଲେଖାଏ ସିଟ୍, ମହର୍ଷି କଲେଜର କଳାରେ ୧୨୮, ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍ସର ୯୬ଟି ଲେଖାଏ ସିଟ୍, ବାଣିଜ୍ୟର ୧୨୮ ସିଟ୍ରେ ନାମଲେଖା ହେବ ବୋଲି ୱେବସାଇଟ୍ରେ ଉଲ୍ଲେଖ ହୋଇଛି।