ମେଣ୍ଢାଶାଳ : ଗତକାଲି ରାତିରେ ଜଣେ ଅଟୋଚାଳକଙ୍କୁ ଲୁଟ୍ କରିଥିବା ଅଭିଯୋଗରେ ଆଜି ଚନ୍ଦକା ଥାନା ପୁଲିସ ୩ ଜଣଙ୍କୁ ଠାବ କରିଥିବା ଜଣାପଡ଼ିଛି। ତଦନ୍ତ ସରିନଥିବାରୁ ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି ଏବଂ ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି। ଗତକାଲି ରାତିରେ ଅଟୋ ନେଇ ଘରକୁ ଫେରିବା ବାଟରେ ଚୂନକୋଳି ବସ୍ତିର ଅଟୋଚାଳକ ବିଶ୍ୱଜିତ୍ ସାହୁ(୪୧)ଙ୍କୁ ସେହି ବସ୍ତିର କିଛି ଯୁବକ ଛୁରି ଦେଖାଇ ମାଡ଼ ମାରିବା ସହିତ ୨୫୦୦ ଟଙ୍କା ଓ ମୋବାଇଲ ଫୋନ ଛଡ଼ାଇନେଇଥିଲେ।
ଅଟୋ ଚାଳକଙ୍କୁ ଲୁଟ୍ ମାମଲା, ୩ ଗିରଫ
/sambad/media/post_attachments/wp-content/uploads/2021/06/Chandaka-Police-station.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)