ଜଟଣୀ : ଜଟଣୀ ଅଞ୍ଚଳରେ ବ୍ରାଉନ୍ ସୁଗାର ବେପାର ସୀମା ଟପି ଗଲାଣି। ଏହି ଧଳା ଜହର କବଳରେ ଯୁବପିଢ଼ି ପଡ଼ି ସାରିଥିବା ବେଳେ ଏବେ ଏଥିରେ ମହିଳାଙ୍କ ସଂପୃକ୍ତି ମଧ୍ୟ ଦେଖିବାକୁ ମିଳିଛି। ଗତକାଲି ରାତିରେ ବ୍ରାଉନ୍ସୁଗାର୍ ବେପାର କରୁଥିବା ୨ ଜଣ ମହିଳାଙ୍କ ସମେତ ଜଣେ ଯୁବକକୁ ଜଟଣୀ ପୁଲିସ ଧରିଛି। ଜଟଣୀ ଥାନା ଅନ୍ତର୍ଗତ ବଡ଼ ନୂଆଗାଁ ଗାନ୍ଧିନଗର ଅଞ୍ଚଳରୁ ଏମାନଙ୍କୁ ପୁଲିସ ଧରିଛି। ପୁଲିସ ପକ୍ଷରୁ ଗତକାଲି ରାତିରେ ପାଟ୍ରୋଲିଂ ବେଳେ ଉକ୍ତ ଗ୍ରାମର ରୀନା ଦେଇ(୪୨), ତାଙ୍କ ଝିଅ ଶିଳ୍ପା ନାୟକ(୧୯) ଏବଂ ସେମାନଙ୍କ ପଡ଼ୋଶୀ ରଂଜିତ ନାୟକ(୩୨) ବ୍ରାଉନ୍ ସୁଗାର ବ୍ୟବସାୟ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ଚଢ଼ଉ କରି ଏମାନଙ୍କଠାରୁ ୧୮ଗ୍ରାମ ବ୍ରାଉନ୍ସୁଗାର ଓ ନଗଦ ୨୬,୫୦୦ ଟଙ୍କା ଜବତ କରିଛି। ମା’ ରିନା ଓ ଝିଅ ଶିଳ୍ପା ଦୀର୍ଘ ଦିନରୁ ଏହି ବ୍ୟବସାୟ ଚଳାଇଥିବା ପୁଲିସ କହିଛି। ଏକ ମାମଲା ରୁଜୁ କରି ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ବ୍ରାଉନ୍ ସୁଗାର୍ ବେପାରୀଙ୍କ ଉପରେ ଚଢ଼ଉ, ମାଆ, ଝିଅ ସମେତ ୩ ଗିରଫ
/sambad/media/post_attachments/wp-content/uploads/2019/09/brown-f.jpg)