ଖଣ୍ଡଗିରି : ରାକ୍ଷୀ ଦୋକାନରୁ ଦାଦାବଟି ନ ମିଳିବାରୁ ଦୋକାନ ମାଲିକଙ୍କ ସାଙ୍ଗକୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଶିରିପୁର ଶବର ସାହିର ଶ୍ରୀରାମ ନାଏକ(୨୧), ସୁଶାନ୍ତ ଦେହୁରୀ(୨୬) ଓ ଗଣେଶ ନାଏକ (୨୬)। ସୂଚନାନୁସାରେ, ଶିରିପୁର ଛକରେ ଟୁଲୁ ସ୍ବାଇଁ ରାକ୍ଷୀ ଦୋକାନ କରିଥିଲେ। ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତ ୩ ଜଣଯାକ ହଠାତ୍ ଦୋକାନରେ ପହଞ୍ଚି ଦାଦାବଟି ମାଗିଥିଲେ। ସେତେବେଳେ ଟୁଲୁ ଦୋକାନରେ ନଥିଲେ ଓ ତାଙ୍କ ସାଙ୍ଗ ନୀଳାଦ୍ରିବିହାରର ଲିଙ୍ଗରାଜ ଘୋଷ କାଉଣ୍ଟରରେ ବସିଥିଲେ। ଲିଙ୍ଗରାଜ ସେମାନଙ୍କୁ ଟିକେ ଅପେକ୍ଷା କରିବାକୁ କହିଥିଲେ। ଅଭିଯୁକ୍ତମାନେ ଅପେକ୍ଷା କରିବାକୁ ମନା କରିବା ସହ ଲିଙ୍ଗରାଜଙ୍କୁ ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ସେ ମନା କରିବାରୁ ଅଭିଯୁକ୍ତମାନେ ବିଅର୍ ବୋତଲ ଭାଙ୍ଗି ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା ଓ ହାତ ଭାଙ୍ଗି ଯାଇଥିଲା।
ଦାଦାବଟି ନ ମିଳିବାରୁ ବିଅର୍ ବୋତଲରେ ଆକ୍ରମଣ, ୩ ଗିରଫ
/sambad/media/post_attachments/wp-content/uploads/2019/08/arrest-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)