ସାତକୋଶିଆ ଗଲେ ୩ ଘଡ଼ିଆଳ

ବାରଙ୍ଗ : ସାତକୋଶିଆ ପ୍ରାକୃତିକ ଅଭୟାରଣ୍ୟକୁ ଗଲେ ୩ ଘଡ଼ିଆଳ କୁମ୍ଭୀର। ଏହି କୁମ୍ଭୀର ମଧ୍ୟରୁ ଗୋଟିଏ ମହାନଦୀର ବିଭିନ୍ନ ଅଞ୍ଚଳ ବୁଲାବୁଲି କରି ବାରମ୍ବାର ମତ୍ସ୍ୟଜୀବୀଙ୍କ ପରିସୀମାକୁ ପଶି ଆସୁଥିଲା। ଦୁଇ ସପ୍ତାହ ତଳେ, ବନ ବିଭାଗ ତାକୁ ଟ୍ରାକିଂ କରି କଟକ ବିରୁପା ନଦୀରୁ ଉଦ୍ଧାର କରିଥିଲା। ସେହି କୁମ୍ଭୀର ସହ ନନ୍ଦନକାନନର ଆଉ ଦୁଇଟି ଘଡ଼ିଆଳକୁ ସାତକୋଶିଆ ସୁନାଖଣିଆ ରେଞ୍ଜକୁ ପଠାଯାଇଛି। କୁମ୍ଭୀରଗୁଡ଼ିକର ଶରୀରରେ ରେଡିଓ ଟ୍ରାନ୍ସମିଟର୍‌ ଲଗାଯାଇଥିବା ଜଣାଯାଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର