ଡକାୟତି ଉଦ୍ୟମ ପଣ୍ଡ : ୩ ଗିରଫ, ୨ ଫେରାର

ଭୁବନେଶ୍ବର : ଗତ ବିଳମ୍ବିତ ରାତ୍ରିରେ ସାଲିଆସାହି ହାତିଆଶୁଣି ବସ୍ତିର ଏକ ଅନ୍ଧାରୁଆ ଜାଗ‌ାରେ ଡକାୟତି ଯୋଜନା କରୁଥିବା ଏକ ବଡ଼ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଡକାୟତିରେ ବ୍ୟବହାର ହେବାକୁ ଥିବା ଭୁଜାଲି, ଶାବଳ ଓ କିଛି ଲଙ୍କାଗୁଣ୍ଡ ପ୍ୟାକେଟ ଜବତ ହୋଇଛି। ଅଭିଯୁକ୍ତମାନେ ହେଉଛନ୍ତି ସାଲିଆସାହିର ପୂର୍ଣ୍ଣଚନ୍ଦ୍ର ନାୟକ, ଦୀପକ ମାଝି, ଦିଗାମ୍ବର ଦିଗାଲ। ଧରିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହେବାରୁ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ସେମାନଙ୍କୁ ଟ୍ରାକ୍‌ କରାଯାଉଛି, ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର