ଭୁବନେଶ୍ବର: ଏକ ୩ ଜଣିଆ ହାଇୱେ ଲୁଟେରା ଗ୍ୟାଙ୍ଗ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ସେମାନେ ହେଲେ ଭରତପୁର ଶରଧାପଲ୍ଲୀ ବସ୍ତିର ବିନୟ କୁମାର ମହାପାତ୍ର, କସ୍ମୋପଲିସ୍ ଛକର ରବି ନାୟକ ଓ ବାଲିପାଟଣାର ରମାକାନ୍ତ ମଲିକ। ପୁଲିସ ସେମାନଙ୍କଠାରୁ ୨୦ଟି ମୋବାଇଲ୍ ଫୋନ୍, ୨ ବାଇକ୍, କଟର୍ ଓ ଡ୍ରିଲ୍ ମେସିନ୍ ଜବତ କରିଛି। ଏହି ଗ୍ୟାଙ୍ଗ୍ ହାଇୱେରେ ଛିନ୍ତାଇ କରୁଥିବା ବେଳେ ରାତିରେ ସହର ସାରା ବୁଲିବୁଲି ଘରେ ପଶି ବାଇକ୍ ଓ ଅନ୍ୟାନ୍ୟ ଜିନିଷପତ୍ର ଚୋରି କରୁଥିବା ଜଣାପଡ଼ିଛି।
ସୂଚନାନୁସାରେ ଅଗଷ୍ଟ ୬ରେ ଦିଲ୍ଲୀପ କୁମାର ସାହୁ(୪୭) ଅଫିସ୍କୁ ଯାଉଥିବା ସମୟରେ ଖଣ୍ଡଗିରି ଫ୍ଲାଏଓଭର୍ରେ ଦୁଇ ଜଣ ଲୁଟେରା ତାଙ୍କ ମୋବାଇଲ୍ ଫୋନ୍ ଝାମ୍ପି ନେଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ପ୍ରଥମେ ବିନୟକୁ ଧରିଥିଲା। ଏହା ପରେ ବିନୟର ଦୁଇ ସହଯୋଗୀ ରବି ଓ ରମାକାନ୍ତକୁ ପୁଲିସ ଉଠାଇଥିଲା। ଜୟଦେବବିହାର ଓଭରବ୍ରିଜ୍ଠୁ ଆରମ୍ଭ କରି ତମାଣ୍ଡୋ ଗୋହିରା ଛକ ପର୍ଯ୍ୟନ୍ତ ବୁଲିବୁଲି ଏହି ଗ୍ୟାଙ୍ଗ୍ ସୁନାଚେନ୍ ଓ ମୋବାଇଲ୍ ଫୋନ୍ ଝାମ୍ପି ନେଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/arrest-new-indian-express-1.jpg)