ଭୁବନେଶ୍ବର: କମିସନରେଟ୍ ପୁଲିସ ପଞ୍ଝାରେ ୩ ହାଇୱେ ଲୁଟେରା। ଭୋର ୩ଟା ସମୟରେ ପାଟ୍ରୋଲିଂ ବେଳେ ଏହି ୩ ଲୁଟେରାଙ୍କୁ ଧରିଛି ପିସିଆର। ଡକାୟତି ଯୋଜନା ପଣ୍ଡ କରିବା ସହ ପୁଲିସ ୩ଜଣଙ୍କୁ ଗିରଫ କରିଛି।

Advertisment

ଏହି ଲୁଟେରାମାନେ ହାତରେ ବନ୍ଧୁକ ଧରି ଭୁବନେଶ୍ୱର ସତସଙ୍ଗ ବିହାର ରାସ୍ତାରେ ଲୁଟ୍ ପାଟ ପାଇଁ ଯୋଜନା କରୁଥିଲେ। ପୁଲିସକୁ ଦେଖି ଲୁଟେରାମାନେ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ। ପିସିଆରରେ ଥିବା ପୁଲିସ ଷ୍ଟାଫ୍ ଏହି ୩ ଲୁଟେରାଙ୍କୁ କାବୁ କରି ଥାନାକୁ ଆଣିଥିଲେ। ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଏବଂ ବାଇକ ଜବତ ହୋଇଛି।