୩ ଜୁଆଡ଼ି ଗିରଫ, ୧୮ହଜାର ଟଙ୍କା ଓ ଷ୍ଟ୍ରାଇକର ଜବତ

ଲୁହାରଡ୍‌ରେ ପ୍ରାଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଖାରବେଳନଗର ଥାନା ପୁଲିସ ଏକ ଜୁଆ ଆଡ଼ା ଉପ‌ରେ ଚଢ଼ଉ କରି ୩ ଜୁଆଡ଼ିଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୧୮ହଜାର ୩ଶହ ଟଙ୍କା ଓ ୩ଟି ଷ୍ଟ୍ରାଇକର୍‌ ଜବତ କରିଛି। ସେମାନେ ହେଲେ, ମାଳିସାହି ମସ୍‌ଜିଦ୍‌ କଲୋନି ଅଞ୍ଚଳର ନସିମ୍‌ ରେହେମାନ୍‌(୩୨), ସେକ୍‌ ଆଲାମିନ୍‌(୩୦) ଏବଂ ବୁଧିଆ କୁମାର(୨୦)। ପୁଲିସ ସୂଚନା ମୁତାବକ, ବୁଧବାର ସନ୍ଧ୍ୟାରେ ଏଚ୍‌ଏଚ୍‌ଆଇ ହୋଟେଲ୍‌ ପଛପଟ ଏକ ଭଙ୍ଗା ଘରେ ଜୁଆ ଆଡ଼ା ଚାଲିଥିବା ସୂଚନା ପାଇ ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା।

ଲୁହାରଡ୍‌ରେ ପ୍ରାଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଲୁହା ରଡ୍‌ରେ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଗଞ୍ଜାମ ଜିଲ୍ଲା ଉତ୍କଳ ସିନେମାହଲ୍‌ ଅଞ୍ଚଳର ଅଭିମନ୍ୟୁ ସାହୁ ଓରଫ ଅଭିମନ୍ୟୁ ବେହେରା(୫୦)କୁ ଗିରଫ କରିଛି। ଏଠାରେ ସେ ସହିଦନଗର ପ୍ଲଟ ନଂ-୩୯୭ରେ ରୁହେ। ପୁଲିସ ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ମନୋଜ ନାୟକକୁ ବୁଧବାର ସଂଧ୍ୟାରେ ସେ ଏକ ଲୁହା ରଡ୍‌ରେ ତାଙ୍କୁ ଆକ୍ରମଣ କରିଥିଲା। ଏନେଇ ମନୋଜଙ୍କ ପତ୍ନୀ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର