ଅନ୍‌ଲାଇନ୍‌ରେ ମୋବାଇଲ୍‌ ରିଚାର୍ଜ କରି ଉଡ଼ିଗଲା ୩ ଲକ୍ଷ

ଚନ୍ଦ୍ରଶେଖରପୁର: ଅନ୍‌ଲାଇନ୍‌ରେ ମୋବାଇଲ୍‌ ଫୋନ୍‌ ରିଚାର୍ଜ କରୁ କରୁ ଉଡ଼ିଗଲା ୩ ଲକ୍ଷ ଟଙ୍କା। ତେଣୁ ସାଇବର ଠକାମିର ଶିକାର ହୋଇଥିବା ଅଭିଯୋଗ କରି ଆଜି ପଟିଆ ଅଞ୍ଚଳର ପୂର୍ଣ୍ଣିମା ଜେନା ଭୁବନେଶ୍ବର ସାଇବର୍‌ ସେଲ୍‌ରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ସେ ଆଜି ଅନ୍‌ଲାଇନ୍‌ ଜରିଆରେ ମୋବାଇଲ୍‌ ଫୋନ୍‌ ରିଚାର୍ଜ କରୁଥିଲେ। ପ୍ରତିଥର ଭଳି ସେ ତାଙ୍କ ସ୍ବାମୀଙ୍କ ଆକାଉଣ୍ଟ ନମ୍ବର ବ୍ୟବହାର କରିଥିଲେ। ମାତ୍ର ମୋବାଇଲ୍‌ ଫୋନ୍‌ ରିଚାର୍ଜ ହେବ କ’ଣ ଉକ୍ତ ଆକାଉଣ୍ଟରୁ ୩ ଲକ୍ଷ ଟଙ୍କା କଟିଗଲା। ତେଣୁ ଠକାମିରେ ପଡ଼ିଥିବା ବୁଝିବା ପରେ ସେ ସାଇବର ସେଲ୍‌ରେ ପହଞ୍ଚି ଅଭିଯୋଗ କରିଛନ୍ତି। ତେବେ ଅନ୍‌ଲାଇନ୍‌ରେ ସେ କିଭଳି ଓ କେଉଁ ଆପ୍‌ ଜରିଆରେ ରିଚାର୍ଜ କରୁଥିଲେ, ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର